ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ଗାଇକୁ ଗୋମାତା ବୋଲି କୁହାଯାଏ । ଗାଇଙ୍କ ଠାରେ ଅନେକ ଦେବା-ଦେବୀ ବାସ କରିଥାନ୍ତି । ସେଥିପାଇଁ ଗାଇକୁ ପୂଜା କରାଯାଏ ଏବଂ ତାଙ୍କ ସେବା କରାଯାଏ ।
ଏହାସହିତ ହିନ୍ଦୁଧର୍ମରେ ଗାଇ ଗୋବର ଏବଂ ଗୋମୁତ୍ରର ଖୁବ୍ ମହତ୍ୱ ରହିଛି । କିନ୍ତୁ ଆପଣ ଜାଣିଛନ୍ତି କି ଗାଇ ଗୋବରରୁ ତିଆରି ଘସି ମଧ୍ୟ ଖୁବ୍ ଉପଯୋଗୀ । ଗୋବର ଘସି ବିନା ଅନେକ ପୂଜା ପାଠ ଅଧା ରହିଥାଏ । ଆସନ୍ତୁ ଜାଣିବା ପୂଜା-ପାଠରେ ଗୋବର ଘସି ବ୍ୟବହାର ସହ ଜଡିତ ଧାର୍ମିକ ମହତ୍ୱ ବିଷୟରେ..
ପୂଜା-ପାଠରେ ଗୋବର ଘସି ର ଲାଭ:
– ବାସ୍ତୁ ଶାସ୍ତ୍ର ଅନୁସାରେ ଗୋବର ଘସି ଜଳାଇବା ଦ୍ୱାରା ଏଥିରୁ ବାହାରୁ ଥିବା ଧୂଆଁ ଘର ପାଇଁ ଶୁଦ୍ଧ ହୋଇଥାଏ । ଏହାସହିତ ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ ।
– ପୂଜା-ପାଠ ବା ହୋମ ଆଦିରେ ଗୋବର ଘସି ଜଳାଇବା ଦ୍ୱାରା ଘର ପବିତ୍ର ହେବା ସହ ପୂଜାର ସମ୍ପୂର୍ଣ୍ଣ ଫଳ ପ୍ରାପ୍ତିି ହୋଇଥାଏ । ଏହାଦ୍ୱାରା ଘରେ ସୁଖ-ଶାନ୍ତି ବଳବତ୍ତର ରହିଥାଏ ।
– ପୂଜାଘରେ ଗୋବର ଘସି ଧୂଆଁ ଦେବା ଦ୍ୱାରା ବାସ୍ତୁ ଦୋଷ ଦୂର ହୋଇଥାଏ ଏବଂ ଘରେ ମା ଲକ୍ଷ୍ମୀଙ୍କ ନିବାସ ହୋଇଥାଏ ।
– ଗୋବର ଘସିରେ କର୍ପୂର ଏବଂ ଘିଅ ପକାଇ ଜଳାଇବା ଦ୍ୱାରା ପବିତ୍ର ହୋଇଥାଏ ।
– ନବରାତ୍ରୀର ୯ ଦିନ ଯାକ ଗୋବର ଘସି ଜଳାଇବା ଧୂଆଁ କରିବା ଦ୍ୱାରା ଶୁଭ ହେବା ସହ ମାତାରାଣୀ ପ୍ରସନ୍ନ ହୋଇଥାନ୍ତି ।
ଗୋବର ଘସିର ଉପାୟ:
– ଗୋବର ଘସି ରେ ହଳଦିଆ ସୋରିଶ ପକାଇ ଜଳାଇବା ସହ ସେହି ଧୂଆଁକୁ ଘର ସାରା ବୁଲାଇବା ସହ କଦାପି ଧନର ଅଭାବ ହୁଏ ନାହିଁ ।
– ଗୋବର ଘସି ଧୂଆଁକୁ ଧନ ରଖିବା ସ୍ଥାନରେ ବୁଲାଇବା ଦ୍ୱାରା ଧନ ବୃଦ୍ଧି ହୋଇଥାଏ ।
– ଗୋବର ଘସି କର୍ପୂର ଏବଂ ଲବଙ୍ଗ ପକାଇ ଜାଳିବା ଦ୍ୱାରା ଅଟକି ଯାଇଥିବା କାମ ପୁରଣ ହୋଇଥାଏ ।