ପୁରୀ (ଏଟିଆର ବ୍ୟୁରୋ): ମହାପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିରର ସୁରକ୍ଷାକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଯାଇଛି ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱ ଥିବା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା । ଏହି ପ୍ରକ୍ରିୟା ସକାଳ ୬ଟା ରୁ ଆରମ୍ଭ ହେବା ସହ ପୁରୀ ଜୀଲ୍ଲାପାଳ ଏବଂ ଏସପି ଉପସ୍ଥିତ ରହି ସମସ୍ତ ବେଆଇନ ଘରୋଇ ଏବଂ ସରକାରୀ ନିର୍ମାଣକୁ ଉଚ୍ଛେଦ କରୁଛନ୍ତି । ଜେସିବି ମେସିନ ସାହାଯ୍ୟରେ ମେଘନାଦ ପାଚେରୀ ସଂଲଗ୍ନରେ ଥିବ ସମସ୍ତ ଘରୋଇ ଏବଂ ସରକାରୀ ଘରକୁ ମାଟିରେ ମିଶାଇ ଦିଆଯାଉଛି । ନିଷ୍ପତି ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ସମସ୍ତ ସରକାରୀ ନିର୍ମାଣ ଭଙ୍ଗା ଯାଉଛି ଏହାପରେ ଘରୋଇ ନିର୍ମାଣକୁ ଭଙ୍ଗାଯିବ । ଏହାସହିତ ଉଚ୍ଛେଦ ସମୟରେ ଯେପରି କୌଣସି ପ୍ରକାରର ଗଣ୍ଡଗୋଳ କିମ୍ବା ସମସ୍ୟା ନହେଉ ସେଥିପାଇଁ ଘଟଣାସ୍ଥଳରେ୨୪ ପ୍ଲାଟୁନ୍ ପୋଲିସ ଫୋର୍ସ ଏବଂ ମାଜିଷ୍ଟ୍ରେଟି ଉପସ୍ଥିତ ରହିଛନ୍ତି ।ଶ୍ରୀମନ୍ଦୀରର ସୁରକ୍ଷା ନିମନ୍ତେ ମନ୍ଦିର ସଂସ୍କାର କମିଶନ ଜଷ୍ଟିସ ବି.ପି ଦାଶଙ୍କ ମଧ୍ୟବର୍ତ୍ତିକାଳୀନ ରିପୋର୍ଟର ସୁପାରିଶକ୍ରମେ ଏହି ନିଷ୍ପତି ନିଆଯାଇଛି ।
ଏହି ଉଚ୍ଛେଦ ପ୍ରକ୍ରିୟା ପାଇଁ ମେଘନାଦ ପାଚେରୀ ସଂଲଗ୍ନ ଥିବା ବହୁ ସରକାରୀ କାର୍ଯ୍ୟାଳୟକୁ ଗତକାଲି ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା । ଏହାସହିତ ମନ୍ଦିରର ସିଂହଦ୍ୱାର ଏବଂ ଉତ୍ତର ଦ୍ୱାରରେ ଥିବା ଜୋତା ଷ୍ଟାଣ୍ଡ, ମୋବାଇଲ ଷ୍ଟାଣ୍ଡ ଏବଂ ଦିବ୍ୟାଙ୍ଗ ରାମ୍ପ ଆଦିକୁ ବଡଦାଣ୍ଡ ବ୍ୟାରିକେଡ୍ ଭିତରକୁ ଅସ୍ଥାୟୀ ଭାବେ ଉଠାଇ ନିଆଯାଇଥିଲା ।