ପୁରୀ (ଏଟିଆର ବ୍ୟୁରୋ): ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଭାଦ୍ରବ ମାସ କୃଷ୍ଣ ପକ୍ଷ ତୃତୀୟା ତିଥିରେ ଶ୍ରୀଜିଉଙ୍କର ଏହି ନୀତି ଅନୁଷ୍ଠିତ ହେବ । ସେଥିପାଇଁ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଦ୍ୱିତୀୟ ଭୋଗମଣ୍ଡପ ନୀତି ବଢିବା ପରେ ଦତ୍ତମହାପାତ୍ର ସେବକଙ୍କ ଦ୍ୱାରା ଏହି ନୀତିକାନ୍ତି ସମ୍ପାଦନ କରାଯିବ ।
ବନକଲାଗି ନୀତି ପାଇଁ ହରିତାଳ, ହିଙ୍ଗୁଳା,କେଶର, ଶଙ୍ଖ, କଇଥ ଅଠା, କସ୍ତୁରୀ ଓ କଳା ଆଦି ବ୍ୟବହାର କରାଯାଇଥାଏ । ଏହାଦ୍ୱାରା ସେବାୟତମାନେ ଶ୍ରୀଜିଉଙ୍କ ମୁଖ ଶୃଙ୍ଗାର କରିଥାନ୍ତି । ଏହି ନୀତି ସମ୍ପୂର୍ଣ୍ଣ ଭାବେ ଗୋପନୀୟ ଭାବେ କରାଯାଇଥାଏ । ପ୍ରାୟ ୪ ଘଣ୍ଟା ନୀତି ହୋଇଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅପରାହ୍ନ ୪ଟାରୁ ରାତି ୮ ଯାଏ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।