ପୁରୀ (ଏଟିଆର ବ୍ୟୁରୋ): ଆସନ୍ତା ଜାନୁଆରୀ ୧୭ ରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ । ଏନେଇ ଆଜିଠୁ ଆରମ୍ଭ ଦେବପୀଠ ଓ ଧାର୍ମିକ ଗୁରୁମାନଙ୍କୁ ନିମନ୍ତ୍ରଣ ପତ୍ର ପଠା ପ୍ରକ୍ରିୟା କାର୍ଯ୍ୟକ୍ରମ । ଆଜିଠୁ ଦେଶର ପ୍ରମୁଖ ଦେବପୀଠମାନଙ୍କୁ ନିମନ୍ତ୍ରଣ ପତ୍ର ପଠାଯିବ । ଏଥିରେ ପ୍ରଥମ ନିମନ୍ତ୍ରଣ ପ୍ରଭୁ ଲିଙ୍ଗରାଜଙ୍କୁ ଏହାପରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ସ୍ଥାନମାନଙ୍କୁ ନିମନ୍ତ୍ରଣ ପତ୍ର ପଠାଯିବ ।
ନିମନ୍ତ୍ରଣ ପତ୍ର ନେଇ ରାଜ୍ୟ ମଧ୍ୟରେ ୧୩ ଓ ରାଜ୍ୟ ବାହାରକୁ ୧୭ ଟି ଟିମ୍ ବାହାରିବେ । ଏହି କାର୍ଯ୍ୟକ୍ରମକୁ ଅତ୍ୟନ୍ତ ଭବ୍ୟ ଭାବେ ସମ୍ପାଦନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଦେଇଛି ।