ପୁରୀ (ଏଟିଆର ବ୍ୟୁରୋ): ସ୍ନାନ ଯାତ୍ରା ସାରି ଅଣସର ଘରେ ଶ୍ରୀଜିଉ । ଗତକାଲି ଥିଲା ପଞ୍ଚମ ଦିନ । ଜ୍ୱରରୁ ଉପଶମ ପାଇଁ ଏହି ପଞ୍ଚମୀ ଦିନ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗି କରାଯାଇଥିଲା ।
ଜ୍ୱରରେ ପଡିବାରେ ମହାପ୍ରଭୁଙ୍କର ଆଜି ଷଷ୍ଠ ଦିନ । ଆଜିଠାରୁ ସୁଆର ସେବକଙ୍କ ଦ୍ୱାରା ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଓଷୁଅ ଲାଗି କରାଯିବ । ଏହି ଓଷୁଅକୁ ପ୍ରସ୍ତୁତ କରିବା ନିମନ୍ତେ ସୁଆର ସେବକମାନେ ତେଲରେ ଝୁଣା ଏବଂ କର୍ପୁର୍ ମିଶ୍ରଣ କରିଥାନ୍ତି । ବିଶ୍ୱାସ ରହିଛି କି ଏହି ଓଷୁଅ ଲାଗି ପରେ ଶ୍ରୀଜିଉ ସମ୍ପୁର୍ଣ୍ଣ ସୁସ୍ଥ ଅନୁଭବ କରିଥାନ୍ତି ।