ପୁରୀ (ଏଟିଆର ବ୍ୟୁରୋ): ବୁଧବାର ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ଅନୁଷ୍ଠିତ ହେବ ବନକଲାଗି ନୀତି । ଦ୍ୱିତୀୟ ଭୋଗ ମଣ୍ଡପ ନୀତି ବଢିବା ପରେ ଦତ୍ତମହାପାତ୍ର ସେବକଙ୍କ ଦ୍ୱାରା ଏହି ସ୍ୱତନ୍ତ୍ର ନୀତି କରାଯିବ । ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତମହାପାତ୍ର ସେବକ ।
ଏହି ନୀତି ଶ୍ରୀଜିଉଙ୍କ ଏକ ଗୁପ୍ତ ନୀତି । ଏହି ନୀତି ଚାଲିଥିବା ସମୟରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥାଏ । ପାଖାପାଖି ଏହି ନୀତି କରିବା ପାଇଁ ସେବକ ମାନଙ୍କୁ ୩ ରୁ ୪ ଘଣ୍ଟା ସମୟ ଲାଗିଥାଏ । ସେଥିପାଇଁ ବୁଧବାର ୪ ଘଣ୍ଟା ବନ୍ଦ ରହିବା ଶ୍ରୀଜିଉଙ୍କ ଦର୍ଶନ । ନୀତି ସରିବା ପରେ ମହାସ୍ନାନ କରାଯାଇ ପୁର୍ନବାର ଦର୍ଶନ ଚାଲିବ ।