ପୁରୀ (ଏଟିଆର ବ୍ୟୁରୋ): ପୁଣି ହୋଇଛି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ମିଳନ । ଆଜି ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରଖାଯାଇଥିଲା । ଏବେ ସଂକ୍ରମଣ ଧୀରେ ଧୀରେ କମିବା ପରେ ମନ୍ଦିର ଖୋଲିଛି । ସକାଳ ୬ଟାରୁ ରାତି ୯ଟା ଯାଏଁ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ଭକ୍ତ ।
ଭକ୍ତମାନେ ପୂର୍ବଭଳି ଦୁଇଟି ଟୀକା ନେଇଥିବା ସାର୍ଟିଫିକେଟ ଦେଖାଇ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ । ପୁରୀବାସୀ ପଶ୍ଚିମଦ୍ୱାର ଦେଇ ପ୍ରବେଶ କରିପାରିବେ ଏବଂ ଅନ୍ୟ ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ କରିପାରିବେ ।
ରବିବାର ଏବଂ ଅନ୍ୟ ପର୍ବ ପର୍ବାଣୀରେ ଶ୍ରୀମନ୍ଦିର ବନ୍ଦ ରହିବ ।