ପୁରୀ (ଏଟିଆର ବ୍ୟୁରୋ): ସୁସ୍ଥ ହେଉଛନ୍ତି ଶ୍ରୀଜିଉ । ଆଜି ଅଣସରର ଦ୍ୱାଦଶୀ ତିଥି । ଏହି ଅବସରରେ ଶ୍ରୀବିଗ୍ରହଙ୍କର ଅନୁଷ୍ଠିତ ହେବ ରାଜପ୍ରାସାଦ ବିଜେ ନୀତି । ଶ୍ରୀମନ୍ଦିରରୁ ଶ୍ରୀମନ୍ଦିରକୁ ବିଜେ କରାଯିବ ରାଜପ୍ରସାଦ ।
ଗତକାଲି ଏକାଦଶୀ ତିଥିରେ ଶ୍ରୀଜିଉଙ୍କୁ ଖଳିଲାଗି ଓ ରକ୍ତ ବସ୍ତ୍ର ଲାଗି ହୋଇଥିବା ସହ ରାଜବୈଦଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ଔଷଧ ଲାଗି କରାଯାଇଥିଲା ।
ଅନ୍ୟପଟେ ରଥଯାତ୍ରା ଲାଗି ରଥ ନିର୍ମାଣକାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି ।