ଭଦ୍ରକ (ଏଟିଆର ବ୍ୟୁରୋ): ଚାଲିଛି ମା ଭଦ୍ରକାଳୀଙ୍କ ସପ୍ତମାତୃକା ପୂଜା । କାଳୀପୂଜାରେ ଆରମ୍ଭ ହୋଇଥିବା ମାଙ୍କର ଏହି ପୂଜା ୭ଦିନ ଯାଏଁ ଚାଲିଥାଏ । ୭ ଦିନ ଯାକ ମା’ ୭ଟି ବେଶ ଧାରଣ କରିଥାନ୍ତି । ସେହିପରି ସପ୍ତମାତୃକା ପୂଜାର ତୃତୀୟ ଦିନ । ଏହି ଅବସରରେ ମା ଭଦ୍ରକାଳୀ ରାଜରାଜେଶ୍ୱରୀ ବେଶ ଧାରଣ କରିଛନ୍ତି । ଧରାପୃଷ୍ଠରେ ଶତୃଙ୍କୁ ସଂହାର କରିବା ପାଇଁ ମା ଏହି ବେଶ ଧାରଣ କରିଥାନ୍ତି ।
ପ୍ରତ୍ୟେକ ବର୍ଷ ମାଙ୍କର ଏହି ବେଶ ଦେଖିବା ପାଇଁ ଦୂର ଦୂରାନ୍ତରୁ ଭକ୍ତଙ୍କ ଶୁଅ ଛୁଟିଥାଏ । କିନ୍ତୁ ଚଳିତବର୍ଷ କରୋନା ପାଇଁ କଟକଣା ଭତରେ ଚାଲିଛି ମାଙ୍କ ପୂଜା । ମାଙ୍କର ଏହି ବେଶକୁ ଦର୍ଶନ କରବାରେ ବଞ୍ଚିତ ଭକ୍ତ ।