ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚୈତ୍ର ନବରାତ୍ରୀର ନବମୀକୁ ରାମ ନବମୀ ଭାବେ ପାଳନ କରାଯାଏ । ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀରେ ଭଗବାନ ରାମଙ୍କର ଜନ୍ମ ଉତ୍ସବ ପାଳନ କରାଯାଏ । ଯାହାକୁ ରାମନବମୀ ବୋଲି କୁହାଯାଏ । ଚଳିତବର୍ଷ ରାମ ନବମୀ ଖୁବ୍ ଶୁଭ ହେବାକୁ ଯାଉଛି । ଆସନ୍ତାକାଲି ପବିତ୍ର ରାମନବମୀ । ଏହିଦିନ କେଦାର ଯୋଗ, ବୁଦ୍ଧାଦିତ୍ୟ ଯୋଗ, ଗୁରୁ ଆଦିତ୍ୟ ଯୋଗ, ଗୁରୁ ପୁଷ୍ପ ନକ୍ଷତ୍ର ଭଳି ୫ଟି ଦୁର୍ଲଭ ସଂଯୋଗ ପଡୁଛି ।
ରାମ ନବମୀ ମୁହୂର୍ତ୍ତ:
ଚୈତ୍ର ଶୁକ୍ଳ ନବମୀ ତିଥି ଆରମ୍ଭ: ୨୯ ମାର୍ଚ୍ଚ ବୁଧବାର, ରାତି ୯ ଟା ୭ ମିନିଟ୍ ରୁ
ଚୈତ୍ର ଶୁକ୍ଳ ନବମୀ ତିଥି ସମାପ୍ତ: ୩୦ ମାର୍ଚ୍ଚ, ଗୁରୁବାର, ରାତି ୧୧ ଟା ୩୦ ଯାଏଁ
ପୂଜା ବିଧି:
– ବ୍ରହ୍ମ ମୁହୂର୍ତ୍ତରେ ଉଠି ସ୍ନାନ କରନ୍ତୁ ।
– ସ୍ୱଚ୍ଛ ବସ୍ତ୍ର ଧାରଣ କରନ୍ତୁ ଏବଂ ଶୁଭ ମୁହୂର୍ତ୍ତ ମନ୍ଦିର ଯାଆନ୍ତୁ ।
– ଭଗବାନ ଶ୍ରୀରାମଙ୍କୁ ପୂଜା କରନ୍ତୁ । ଏହାସହିତ କେସର ମିଶା ଖୀରରେ ଶ୍ରୀରାମ ଭଗବାନଙ୍କୁ ଅଭିଶେକ କରନ୍ତୁ ।
– ଏହାପରେ ୧୦୮ ଥର ଓଁ ଶ୍ରୀଂ ହ୍ରିଂ କ୍ଲିଂ ରାମଚନ୍ଦ୍ରାୟ ଶ୍ରୀଂ ନମଃ ଜପନ୍ତୁ ।
– ଭଗବାନଙ୍କୁ ହଳଦିଆ ରଙ୍ଗର ଫୁଲ, ବସ୍ତ୍ର, ଚନ୍ଦନ ଆଦି ଚଢାନ୍ତୁ ।
– ଭୋଗରେ ତୁଳସୀ ପତ୍ର ପକାଇ ପ୍ରସାଦ ଅର୍ପଣ କରନ୍ତୁ ।