ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିର ପୂର୍ବ ଡିଜାଇନ୍ ଆକାରରେ ଦୁଇଗୁଣା ହେବ । ମନ୍ଦିରର ନକ୍ସା ତିଆରି କରିଥିବା ଆର୍କିଟେକ୍ଟ ଚନ୍ଦ୍ରକାନ୍ତଭାଇ ସୋମପୁରା କହିଛିନ୍ତି କି, ଗତବର୍ଷ ଆସିଥିବା ସୁପ୍ରିମକୋର୍ଟଙ୍କ ନିଷ୍ପତି ପରେ ମନ୍ଦିରର ଡିଜାଇନ୍ କୁ ସଂଶୋଧିତ କରାଯାଇଛି । ନଗର ଶୈଳୀରେ ମନ୍ଦିର ନିର୍ମାଣ କରାଯିବ । ଅଗଷ୍ଟ ୫ ରେ ଭୂମି ପୂଜା କରାଯିବ । ସେଥିପାଇଁ ସୋର ସୋରରେ ଚାଲିଛି ପ୍ରସ୍ତୁତି ।
ସୋମପୁରାଙ୍କ ଅନୁସାରେ, ମନ୍ଦିର ସମ୍ପୂର୍ଣ୍ଣ ନିର୍ମାଣ ହେବା ପାଇଁ ତିନି ବର୍ଷ ସମୟ ଲାଗିବ । ମନ୍ଦିରଟି ୩ ମହଲା ବିଶିଷ୍ଟ ହେବ ଏବଂ ଏହା ବାସ୍ତୁ ଅନୁସାରେ ନିର୍ମାଣ କରାଯିବ । ପୂର୍ବରୁ ମନ୍ଦିରର ଯେଉଁ ଡିଜାଇନ୍ କରାଯାଇଥିଲା, ତାହା ଦୁଇ ମହଲା ଥିଲା । ସେଥିରେ ୩ଟି ମଣ୍ଡପ ଏବଂ ଶିଖର ଥିଲା । ମନ୍ଦିରର ଉଚ୍ଚତା ୧୪୧ ଫୁଟ ଥିଲା । ସୁପ୍ରିମକୋର୍ଟଙ୍କ ନିଷ୍ପତି ଆସିବା ପରେ ମନ୍ଦିରର ଡିଜାଇନ୍ କୁ ସଂଶୋଧନ କରାଯାଇଛି । ଏବେ ଏହା ପ୍ରାୟତଃ ପୁରୁଣା ମଡେଲ ଠାରୁ ଆକାରରେ ଦୁଇଗୁଣା ହେବ । ଏଥିରେ ଗର୍ଭଗୃହର ଉପରେ ଶିଖର ରହିବ ଏବଂ ମନ୍ଦିରର ଉଚ୍ଚତା ବି ଅଧିକ ହେବ । ଏହାଦ୍ୱାରା ମନ୍ଦିରରେ ଭୂମିର ଅଭାବ ହେବ ନାହିଁ ଏବଂ ପ୍ରତିଦିନ ବହୁଳ ମାତ୍ରାରେ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ ।
ସେ ଆହୁରୀ ମଧ୍ୟ କହିଛନ୍ତି କି , ଏହି ପ୍ରୋଜେକ୍ଟ ମୋ ପାଇଁ ବହୁତ ଖାସ୍ ଅଟେ । କାରଣ ଏହା ଭଗବାନ ରାମଙ୍କ ଜନ୍ମଭୂମି ଉପରେ ନିର୍ମାଣ ହେବାକୁ ଯାଉଛି ।