ପୁରୀ (ଏଟିଆର ବ୍ୟୁରୋ): ପାଖେଇ ଆସୁଛି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଜୁନ୍ ୨୦ ରେ ବିଶ୍ୱନିଅନ୍ତାଙ୍କ ରଥଯାତ୍ରା । ଏନେଇ ପୁରୀ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ କରିବା ଲାଗି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧକ୍ଷତାରେ ଆଜି ବସିବ ପ୍ରଥମ ରଥ ସମନ୍ୱୟ କମିଟି ବୈଠକ ।
ବୈଠକରେ ବିଗତ ବର୍ଷର ତୃଟିର ଯେପରି ପୁନରାବୃତ୍ତି ନହେବ ସେନେଇ ଅଧିକ ଗୁରୁତ୍ୱ ଦିଆଯିବା ସହ ଜଳ ସିଞ୍ଚନ, ପାନୀୟ ଜଳ ଯୋଗାଣ, ନିରବିଚ୍ଛିନ୍ନ ବିଦ୍ୟୁତ ବ୍ୟବସ୍ଥା, ରାସ୍ତାଘାଟ ମରାମତି, ନାଳ ସଫେଇ, ଅସୁରକ୍ଷିତ କୋଠା ଚିହ୍ନଟ, ଆଇନ ଶୃଙ୍ଖଳା ଏବଂ ଟ୍ରାଫିକ ନିୟନ୍ତ୍ରଣ ଆଦି ପ୍ରସଙ୍ଗ ଉପରେ ଆଲୋଚନା ହେବ ।