ପୁରୀ (ଏଟିଆର ବ୍ୟୁରୋ): ଆଉ ମାତ୍ର ଅଳ୍ପ ଦିନ ରହିଲା ରଥଯାତ୍ରା । ଚଳିତବର୍ଷର ରଥଯାତ୍ରାକୁ ନେଇ ଏସଆରସିଙ୍କ ସୂଚନା । କେବଳ ପୁରୀରେ ହେବ ରଥଯାତ୍ରା । ଅନ୍ୟ କୌଣସି ସ୍ଥାନରେ ଅନୁଷ୍ଠିତ ହେବ ନାହିଁ ରଥଯାତ୍ରା । କିନ୍ତୁ ବିନା ଭକ୍ତରେ ବଡଦାଣ୍ଡରେ ଗଡିବ ମହାପ୍ରଭୁଙ୍କ ରଥ । କେବଳ ରଥଯାତ୍ରାରେ ପୋଲିସ ଏବଂ ସେବାୟତମାନେ ସାମିଲ ରହିବେ । କରୋନା କଟକଣା ଭିତରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି କରାଯିବ । ଏହାସହିତ ଯେଉଁ ସେବାୟତମାନେ ଟୀକାର ଦୁଇଟି ଡୋଜ ନେଇଥିବେ ଏବଂ ସେମାନଙ୍କର କରୋନାର ନେଗେଟିଭ ରିପୋର୍ଟ ଥିବ ସେମାନେ ହିଁ ମହାପ୍ରଭୁଙ୍କ ରଥ ଯାତ୍ରାରେ ସାମିଲ ହୋଇପାରିବେ । ରଥଯାତ୍ରା ସମୟରେ ପୁରୀରେ କର୍ଫ୍ୟୁ ବଳବତ୍ତର ରହିବ । ଗୋଟେ ରଥରେ କେବଳ ୫୦୦ ରୁ ଅଧିକ ଲୋକ ରହିବେ ନାହିଁ ।
ଏସଆରସି ପ୍ରଦୀପ ଜେନାଙ୍କ କହିବାନୁଯାୟୀ, ଚଳିତବର୍ଷ କେବଳ ପୁରୀକୁ ଛାଡି ଦେଲେ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହେବ ନାହିଁ । କିନ୍ତୁ ଅନ୍ୟ ସ୍ଥାନ ମାନଙ୍କରେ ମନ୍ଦିର ପରିସରରେ ସମସ୍ତ ନୀତିକାନ୍ତି ମାନ କରାଯିବ ।