ପୁରୀ (ଏଟିଆର ବ୍ୟୁରୋ): ଅଜି ପବିତ୍ର ଶ୍ରୀପଞ୍ଚମୀ ତିଥି । ଏହି ଅବସରରେ ଆଗାମୀ ରଥଯାତ୍ରା ପାଇଁ ପୂଜାର୍ଚ୍ଚନା ହେବ ରଥକାଠ । ସେଥିପାଇଁ ନୟାଗଡ ବନଖଣ୍ଡରୁ ଆସିଥିବା ତିନି ଖଣ୍ଡ ଧଉରା କାଠକୁ ଶ୍ରୀମନ୍ଦିର ସମ୍ମୁଖରେ ରଖାଯାଇଛି । ସନ୍ଧ୍ୟାରେ ଏହି କାଠକୁ ପୂଜାର୍ଚ୍ଚନା କରାଯିବ ।
ବିଧି ମୁତାବକ, ପ୍ରଥମରେ ରାଜପୁରୋହିତ ଓ ଶ୍ରୋତୀୟ ବାହ୍ମଣଙ୍କ ଦ୍ୱାରା ମା ସରସ୍ୱତୀଙ୍କ ନିକଟରେ ପୂଜା କରାଯିବା ପରେ ରଥଖଳାରେ ଥିବା କାଠକୁ ପୂଜାର୍ଚ୍ଚନା ବା ବନ୍ଦାପନା କରିଥାନ୍ତି ।