ପୁରୀ (ଏଟିଆର ବ୍ୟୁରୋ): ଚଳିତବର୍ଷ ରଥଯାତ୍ରା ନିମନ୍ତେ ଶ୍ରୀଜିଉଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଚଳଚଞ୍ଚଳ ହୋଇ ଉଠିଛି ରଥଖଳା । ରଥ ନିର୍ମାଣରେ ଲାଗୀ ପଡିଛନ୍ତି ବିଶ୍ୱକର୍ମା, କରତୀ, ଓଝା ଓ ଭୋଇ ସେବକ । ରଥଖଳାରେ ବିଶ୍ୱକର୍ମା ସେବକମାନେ ତୁମ୍ବ ନିର୍ମାଣ କାର୍ଯ୍ୟରେ ଲାଗି ପଡିଛନ୍ତି । ଜାରି ରହିଛି ତୁମ୍ବ ବିନ୍ଧ ଖୋଦେଇ । ନନ୍ଦୀଘୋଷ ରଥର ୬ ଟି ତୁମ୍ବରେ ବିନ୍ଧ ଶେଷ ହୋଇଥିବା ବେଳେ ତାଳଧ୍ୱଜ ରଥର ୩ଟି ତୁମ୍ବରେ ଏବଂ ଦର୍ପଦଳନ ରଥର ୩ଟି ତୁମ୍ବରେ ବିନ୍ଧ ଶେଷ ହୋଇଛି । ଏହାସହିତ ଅନ୍ୟ ତୁମ୍ବ ବିନ୍ଧ କାର୍ଯ୍ୟ ଜାରି ରହିଛି ।
ଅନ୍ୟପଟେ ଦେରଳବେଦି ପରିସରରେ ରଥ ନିମନ୍ତେ ଲୋଡା ଲୁହା ସାମଗ୍ରୀ ତିଆରୀ କରୁଛନ୍ତି ଓଝା ସେବକ ।