ପୁରୀ (ଏଟିଆର ବ୍ୟୁରୋ): ପାଖେଇ ଆସୁଛଇ ବିଶ୍ୱନିଅନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏନେଇ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ଚଳଚଞ୍ଚଳ ହୋଇ ଉଠିଛି ରଥଖଳା । ଏବେ ସୁଦ୍ଧା ତିନି ରଥର ମୋଟ ୪୨ ଟି ଚକରୁ ୩୩ ଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।
ଅନ୍ୟପଟେ ତିନି ରଥର ବାକି ଥିବା ଅଖର ନିର୍ମାଣ କାର୍ଯ୍ୟ ଚାଲିଛି । ସେହିପରି କରତି ସେବକ ତାଳଧ୍ୱଜ ରଥର ୪୦ ଫୁଟିଆ ପୋଲ ଗୟଳ କାଠର ଦୁଇ ପାଖ ଚିତା କାର୍ଯ୍ୟ ଶେଷ କରି ଚିରଟ କାର୍ଯ୍ୟ ଆରମ୍ଭ କରିଛନ୍ତି ।