ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗୁରୁବାର ହେଉଛି ଭଗବାନ ବିଷ୍ଣୁ ଏବଂ ଦେବଗୁରୁ ବୃହଷ୍ପତିଙ୍କ ଦିନ ବୋଲି କୁହାଯାଏ । ଏହି ଦିନ ବିଷ୍ଣୁ ଏବଂ ବୃହଷ୍ପତିଙ୍କୁ ପୂଜା କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ । ଜ୍ୟୋତିଷଶାସ୍ତ୍ର ଅନୁସାରେ ଗୁରୁବାରେ ପୂଜା କରିବା ଦ୍ୱାରା ବୃହଷ୍ପତି ଗ୍ରହ ମଜବୁତ ହୋଇଥାଏ । ଯଦି ଆପଣଙ୍କ ଜାତକରେ ବୃହଷ୍ପତି କମଜୋର ଅଛନ୍ତି ଏବଂ ବାଧା ଉପୁଜୁଛି ତେବେ ଗୁରୁବାର ଦିନ କିଛି ଉପାୟ କରିବା ଦ୍ୱାରା ଜାତକରେ ବୃହଷ୍ପତି ମଜବୁତ ହୋଇଥାଏ । ଏହାସହିତ ଦେବଗୁରୁ ବୃହଷ୍ପତିଙ୍କ କୃପାରୁ ସମସ୍ତ ସମସ୍ୟାର ସମାଧାନ ହୋଇଥାଏ । ସୌଭାଗ୍ୟ ବଢିଥାଏ ,ବଂ କୌଣସି ପ୍ରକାରର ସମସ୍ୟା ରହିନଥାଏ । ତେବେ ଆସନ୍ତୁ ଜାଣିବା ବୃହଷ୍ପତିଙ୍କୁ ପ୍ରସନ୍ନ କରିବା କିଛି ଉପାୟ ବିଷୟରେ..
ଜ୍ୟୋତିଷଶାସ୍ତ୍ର ଅନୁସାରେ ଜାତକରେ ବୃହଷ୍ପତି ଗ୍ରହ କମଜୋର ରହିବା ଦ୍ୱାରା ବିବାହରେ ବାଧା ସୃଷ୍ଟି ହୋଇଥାଏ । ସେଥିପାଇଁ ଗୁରୁବାର ଦିନ କଦଳୀ ଗଛ ମୂଳେ ଜଳ ଅର୍ପଣ କରିବା ଉଚିିତ୍ ଏବଂ ଶୁଦ୍ଧ ଘିଅରେ ଦୀପ ଜାଳି ଗୁରୁଙ୍କର ୧୦୮ ନାମ ଉଚ୍ଚାରଣ କରିବା ଉଚିତ୍ । ଏଭଳି କରିବା ଦ୍ୱାରା ବିବାହରେ ଆସୁଥିବା ସମସ୍ୟା ଦୂର ହେବ ।
ବୃହଷ୍ପତିଙ୍କର ପ୍ରୀୟ ରଙ୍ଗ ହେଉଛି ହଳଦିଆ ରଙ୍ଗ । ସେ ହଳଦିଆ ରଙ୍ଗର ପିତାମ୍ବର ଧାରଣ କରନ୍ତି । ସେଥିପାଇଁ ତାଙ୍କ ପୂଜାରେ ହଳଦୀ ବ୍ୟବହାର କରାଯାଇଥାଏ । ଏହାସହିତ ଗୁରୁବାର ଦିନ କେସର ହଳଦିଆ ଚନ୍ଦନ ବା ହଳଦୀ ଦାନ କରିବା ଶୁଭ ହୋଇଥାଏ । ଏହାଦ୍ୱାରା ଘରକୁ ସୁଖ-ଶାନ୍ତି ଆସିଥାଏ ଏବଂ ଆରୋଗ୍ୟତା ମିଳିଥାଏ ।
ଗୁରୁବାର ଦିନ ମଥାରେ ହଳଦିଆ ଚନ୍ଦନ ବା ହଳଦୀ ତିଲକ ଲଗାଇବା ଦ୍ୱାରା ଗୁରୁ ମଜବୁତ ହୋଇଥାନ୍ତି । ଏହାସହିତ ଗୁରୁଙ୍କ ଶୁଭ ପ୍ରଭାବ ପଡିଥାଏ । ଯାହାଦ୍ୱାରା ଧନ-ସମ୍ମାନ ବୃଦ୍ଧି ହୋଇଥାଏ । ସେଥିପାଇଁ ଗୁରୁବାର ଦିନ ପୂଜା କରିବା ପରେ ମଥାରେ ହଳଦିଆ ଚନ୍ଦନ ଲଗାନ୍ତୁ ।
ଗୁରୁବାର ଦିନ ବ୍ରତ ରଖିବା ଉଚିିତ୍ ଏବଂ ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରିବା ସହ ଖାଦ୍ୟରେ ହଳଦିଆ ଜିନିଷ ସାମିଲ କରିବା ଉଚିତ୍ । ଏଭଳି କରିବା ଦ୍ୱାରା ବି ବିବାହ ଯୋଗ ଫିଟିଥାଏ ।
କାର୍ଯ୍ୟକ୍ଷେତ୍ରରେ ଉପୁଜୁଥିବା ସମସ୍ୟାକୁ ଦୂର କରିବା ପାଇଁ ଗୁରୁବାର ଦିନ ମନ୍ଦିରରେ ହଳଦିଆର ରଙ୍ଗର ଫଳ , ବସ୍ତ୍ର ଆଦି ଦାନ କରନ୍ତୁ । ଏହାସହିତ କାର୍ଯ୍ୟସ୍ଥାନରେ ହଳଦିଆ ରଙ୍ଗର ଜିନିଷ ବ୍ୟବହାର କରନ୍ତୁ । ଲକ୍ଷ୍ମୀ ନାରାୟଣ ମନ୍ଦିର ଯାଇ ଲଡ୍ଡୁ ଭୋଗ କରନ୍ତୁ ।