ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ସୋମବାର ଭଗବାନ ଶିବଙ୍କୁ ପୂଜା କରିବାର ବିଧି ରହିଛି । ଶ୍ରଦ୍ଧା ଓ ଭକ୍ତି ମନରେ ପୂଜାର୍ଚ୍ଚନା କରିବା ଦ୍ୱାରା ଖୁବ୍ ଶୀଘ୍ର ଶିବ ପ୍ରସନ୍ନ ହୋଇ ଭକ୍ତଙ୍କ ସମସ୍ତ ମନସ୍କାମନା ପୁରଣ କରିବା ସହ ଦୁଃଖ ଦୂର କରିଥାନ୍ତି ।
ସୋମବାର ପୂଜା ସହ ଜଡିତ କିଛି ଉପାୟ କରିବା ଦ୍ୱାରା ଭକ୍ତଙ୍କ ସମସ୍ତ ମନସ୍କାମନା ପୁରଣ ହୋଇଥାଏ ।
ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଯଦି କୌଣସି ପୂଜା ସାମଗ୍ରୀ ନାହିଁ ତେବେ ଆପଣ କେବଳ ଗଙ୍ଗାଜଳ ଅର୍ପଣ କରି ଶିବଙ୍କ କୃପା ପ୍ରାପ୍ତ କରିପାରିବେ । ସୋମବାର ଶିବଙ୍କୁ ଗଙ୍ଗାଜଳ ଅର୍ପଣ କରିବା ଦ୍ୱାରା ଜୀବନରୁ ସମସ୍ତ ଦୋଷ ଦୂର ହେବା ସହ ମନସ୍କାମନା ପୁରଣ ହୋଇଥାଏ ।
କୁହାଯାଏ କି ଶିବଙ୍କ ଆରାଧନା କରିବା ଦ୍ୱାରା ଜୀବନର ସମସ୍ତ ପ୍ରକାରର ସଙ୍କଟ ଦୂର ହୋଇଯାଏ । ଯଦି କୌଣସି ବ୍ୟକ୍ତିଙ୍କର ଜଣ ବା ଅଜଣାରେ ଶତୃଭୟ ରହିଥାଏ ତେବେ ତାଙ୍କୁ ସୋମବାର ଦିନ ମହାକାଳେଶ୍ୱର ଏବଂ ରାମେଶ୍ୱରମଙ୍କୁ ପୂଜା କରିବା ଉଚିତ୍ ।
ଯଦି କୌଣସି ବ୍ୟକ୍ତିଙ୍କ ଜାତକରେ ଶନିଙ୍କ ସାଢେ ସାତୀ ଚାଲୁଥିବା ବା ଜାତକରେ କାଳସର୍ପ ଯୋଗ ଥିବ ତେବେ ସେହି ବ୍ୟକ୍ତିଙ୍କୁ ଭଗବାନ ଶିବଙ୍କ ପୂଜା କରିବା ଉଚିତ୍ । ବିଧି ବିଧାନ ସହ ଶିବଙ୍କ ପୂଜା କରିବା ଦ୍ୱାରା ଜାତକରେ ଥିବା ସମସ୍ତ ସମସ୍ୟା ଦୂର ହୋଇଯିବ ।