ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେଉଁ ବ୍ୟକ୍ତିଙ୍କ ଉପରେ ଶନିଙ୍କ ସାଢେସାତୀ ଦୋଷର ପ୍ରଭାବ ଥାଏ । ସେମାନଙ୍କୁ ଅନେକ ପ୍ରକାରର ସମସ୍ୟା ଦେଇ ଗତି କରିବାକୁ ପଡିଥାଏ । ଅନେକ ଚେଷ୍ଟା କରିବା ସତ୍ୱେ ତାଙ୍କୁ ସଫଳତା ମିଳିପାରି ନଥାଏ । ଏହି ସବୁ ସମସ୍ୟାକୁ ଦୂର କରିବା ପାଇଁ ହେଲେ ସବୁଠାରୁ ଭଲ ଦିନ ହେଉଛି ଶନିବାର । ଏହି ଦିନ କିଛି ଉପାୟ ଅବଲମ୍ବନ କରି ଶନିଦେବଙ୍କୁ ପ୍ରଶନ୍ନ କରାଯାଇ ପାରିବ । ତେବେ ଆସନ୍ତୁ ଜାଣିବା ଶନିବାର ଦିନ କ’ଣ କରିବା ଉଚିତ୍ ।
ଯଦି ଶନିବାର ଦିନ ସ୍ନାନ କରିବା ବେଳେ ପାଣିରେ କିଛି ଜିନିଷ ପକାଇ ଗଧୋଉଛନ୍ତି, ତେବେ ଏହାଦ୍ୱାରା ଶନି ଦୋଷ ଦୂର ହୋଇପାରେ । ସେଥିପାଇଁ ଶୁକ୍ରବାର ଦିନ ରାତିରୁ ଏକ ପାତ୍ରରେ ପାଣି ଭର୍ତ୍ତି କରି ସେଥିରେ କଳାଜିରା,କଳାବିରି ଡାଲି,ଲବଙ୍ଗ ଏବଂ ଅପରାଜିତା ଫୁଲ କିଛି ମାତ୍ରରେ ପକାଇ ଛାଡି ଦିଅନ୍ତୁ । ଶନିବାର ଦିନ ସକାଳ ଉଠି ସେହି ପାଣିକୁ ଛାଣି ଦିଅନ୍ତୁ ଏବଂ ଆପଣଙ୍କ ସ୍ନାନ କରିବା ପାଣିରେ ମିଶାଇ ଦିଅନ୍ତୁ ।
ସେହି ପାଣିରେ ସ୍ନାନ କରିବା ସମୟରେ ଶନିଙ୍କର ଏକ ମନ୍ତ୍ର ଯପ କରନ୍ତୁ । ମନ୍ତ୍ରଟି ହେଉଛି ଓଁ ଶଁ ଶନିଶ୍ଚରାୟ ନମଃ । ଓଁ ପ୍ରାଂ ପ୍ରିଂ ପ୍ରୌଂ ସଂ ଶନିଶ୍ଚରାୟ ନମଃ । ଓଁ ନୀଳାଂଜନସମାଭାସଂ ରବିପୁତ୍ରଂ ୟମାଗ୍ରଜମ । ଛାୟାମାର୍ତଣ୍ଡସମ୍ଭୁତଂ ତଂ ନମାମି ଶନୌଶ୍ଚରମ୍ । ।
ଏହିଭଳି ଭାବରେ ସ୍ନାନ କରିବା ପରେ ଧୁଆ କପଡା ପିନ୍ଧି ଶନି ମନ୍ଦିର ଯାଇ ଶନିଦେବଙ୍କୁ ପୂଜା କରନ୍ତୁ । ଏହାଦ୍ୱାରା ଶନି ଦୋଷ ଖଣ୍ଡନ ହୋଇଥାଏ ।