ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦୁନିଆରେ ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ୱପ୍ନ ଥାଏ କୋଟିପତି ହେବା । ସେଥିପାଇଁ ଖୁବ୍ ପରିଶ୍ରମ କରିବା ସହ ଅନେକ ଉପାୟ ମଧ୍ୟ ଅବଲମ୍ବନ କରିଥାନ୍ତି । ଯଦି ଆପଣ ବି ଧନୀ ହେବାକୁ ଚାହୁଁଛନ୍ତି ତେବେ ଏହି ଉପାୟ ଆପଣାଇ ପାରିବେ । ଆଜ୍ଞା ହଁ, ଧନୀ ହେବାରେ କଉଡିର ଖାସ୍ ମହତ୍ୱ ଅଛିି । କଉଡିର ଏକ ସ୍ୱତନ୍ତ୍ର ପରିଚୟ ରହିଛି । କଉଡି ମଧ୍ୟରେ ଧଳା ,ହଳଦିଆ ଏବଂ ଚିତ୍ରବିଚିତ୍ର କଉଡିମାନ ସାମିଲ ଅଛି । ଯାହା ଆପଣଙ୍କୁ ଧନୀ କରାଇବାରେ ସହାୟକ ହେବ । କଉଡିକୁ ମା’ଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଏ ଏବଂ ଏହା ସମୁଦ୍ରରୁ ପ୍ରାପ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା କଉଡି ସାହାଯ୍ୟରେ ଧନୀ ହେବାର ଉପାୟ..
ଉପାୟ: ଯଦି ଆପଣ ଧନୀ ହବାକୁ ଚାହୁଁଛନ୍ତି ତେବେ ମା’ ଲକ୍ଷ୍ମୀଙ୍କୁ ପୂଜା କଲା ବେଳେ ୧୧ଟି କଉଡି ପୂଜନ୍ତୁ । ଏହାପରେ ସେହି କଉଡିକୁ ହଳଦିଆ କପଡାରେ ବାନ୍ଧି ଆଲମିରାରେ ରଖି ଦିଅନ୍ତୁ । ଯଦି ଆପଣ ଏଭଳି କରୁଛନ୍ତି ତେବେ ଘରେ ମା’ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।
ଘରେ ସୁଖ-ସମୃଦ୍ଧି ପାଇଁ ୧୧ଟି କଉଟିକୁ ଲାଲ କପଡାରେ ବାନ୍ଧି ଘରର ମୁଖ୍ୟ ଦ୍ୱାରାରେ ଟାଙ୍ଗି ଦିଅନ୍ତୁ । ଏହାବ୍ୟତିତ ଘରେ କୌଣସି ନକରାତ୍ମକ ଶକ୍ତି ମଧ୍ୟ ପ୍ରବେଶ କରେ ନାହିଁ ।
ଯଦି ଆପଣ ବହୁତ ଶୀଘ୍ର ଉନ୍ନତି କରିବାକୁ ଚାହୁଁଛନ୍ତି ତେବେ ଆଗାମୀ ଶ୍ରାବଣ ମାସରେ ଘରର ଉତ୍ତର କୋଣରେ ୧୧ଟି ହଳଦିଆ ରଙ୍ଗର କଉଡି ସବୁଜ କପଡାରେ ବାନ୍ଧି ଲୁଚାଇ ଦିଅନ୍ତୁ । ଏହାଦ୍ୱାରା କୁବେର ପ୍ରସନ୍ନ ହୋଇ ଆପଣଙ୍କ ମାଲାମାଲ କରିଦେବେ । ଏହାବ୍ୟତିତ ଯଦି ଆପଣ ଖରାପ ନଜରରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ତେବେ ହଳଦିଆ ରଙ୍ଗର କଉଡିକୁ ବେକରେ ତାବିଜ୍ କରି ପିନ୍ଧନ୍ତୁ ।