ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦୁନିଆରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଇଚ୍ଛା କି ଭଗବାନ ଶିବଙ୍କ କୃପା ସର୍ବଦା ବଳବତ୍ତର ରହୁ । ସେଥିପାଇଁ କିଛି ବ୍ୟକ୍ତି ଉପାୟ ମଧ୍ୟ କରିଥାନ୍ତି । ଆପଣ ବି ପ୍ରୟାସ କରୁଛନ୍ତି କି କିଭଳି ଭାବେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବେ । ଆରଧନା କରିବା ଦ୍ୱାରା ଭଗବାନ ଶିବ ପ୍ରସନ୍ନ ହୋଇଯିବା ସହ ଆର୍ଶିବାଦ ମଧ୍ୟ ଦେଇଥାନ୍ତି । ଯଦି ଆପଣ ସୋମବାର ଦିନ କିଛି ଉପାୟ କରୁଛନ୍ତି ତେବେ ଏହାଦ୍ୱାରା ଧନ ଏବଂ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଏହାସହିତ ସମସ୍ତ ପ୍ରକାରର ସଫଳତା ପ୍ରାପ୍ତି ହୋଇଥାଏ ।ଆଜି ଆମେ ଆପଣଙ୍କୁ ଏକ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାଦ୍ୱାରା ସଫଳତା ହିଁ ମିଳିବ । ତେବେ ଆସନ୍ତୁ ଜାଣିବା..
ସୋମବାର ଦିନ ମାଛଙ୍କୁ ଅଟା ଗୋଳା ଖାଇବାକୁ ଦିଅନ୍ତୁ ଏବଂ ଭଜବାନ ଶିବଙ୍କୁ ଧ୍ୟାନ କରନ୍ତୁ । ଏହାଦ୍ୱାରା ଧନ ପ୍ରାପ୍ତି ହେବ । କେବଳ ଏତିକି ନୁହେଁ ସୋମବାର ଦିନ ଶିବଲିଙ୍ଗ ଉପରେ ଖୀରରେ କେସର ମିଶାଇ ଅର୍ପଣ କରନ୍ତୁ । ଏଭଳି କରିବା ଦ୍ୱାରା ବାହାଘର ହେବାରେ ଯେଉଁ ବାଧା ସୃଷ୍ଟ ହୁଏ ତାହା ଦୂର ହେବ । ଏହାସହିତ ଯଦି ଆପଣ ସୋମବାର ଦିନ ୨୧ଟି ବେଲ ପତ୍ର ଉପରେ ଚନ୍ଦନରେ ଓଁ ନମଃ ଶିବାୟ ଲେଖି ଅର୍ପଣ କରନ୍ତୁ । ଏହାଦ୍ୱାରା ସୁଖ-ସମୃଦ୍ଧି ପ୍ରାପ୍ତି ହେବ ।