ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅନେକ ଥର ବ୍ୟକ୍ତି ଅତ୍ୟନ୍ତ ପରିଶ୍ରମ କରିବା ପରେ ବି ସଫଳତା ପାଇନଥାଏ । ବ୍ୟବସାୟରେ ବି କ୍ଷତି ହୋଇଥାଏ । ଯଦି ଆପଣଙ୍କର ବି ବ୍ୟବସାୟରେ କ୍ଷତି ହେଉଛି ତେବେ ଆଜି ଆମେ ଆପଣଙ୍କକୁ କିଛି ଉପାୟ ବିଷୟରେ କହିବୁ । ଯାହାକୁ ଆପଣାଇବା ଦ୍ୱାରା ଆପଣଙ୍କ ବ୍ୟବସାୟରେ ଲାଭ ହେବା ସହିତ ଭଲ ଚାକିରୀ ପ୍ରାପ୍ତ ମଧ୍ୟ ହେବ ।
ପ୍ରତ୍ୟେକ ମଙ୍ଗଳବାର ଭଗବାନ ହନୁମାନଙ୍କ ମନ୍ଦିରକୁ ଯାଇ ହନୁମାନ ଚାଳିଶା ପାଠ କରନ୍ତୁ । ରୋଜଗାରରେ ଉନ୍ନତି ପାଇଁ ପ୍ରାର୍ଥନା କରନ୍ତୁ । ଯଦି ଆପଣଙ୍କୁ ଚାକିରୀ ମିଳୁନାହିଁ ତେବେ ଚାକିରୀ ପାଇଁ ପ୍ରାର୍ଥନା କରନ୍ତୁ ।
ସେହିପରି ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କ ମନ୍ଦିରକୁ ଯାଇ ପାନ ଏବଂ ସିନ୍ଦୁର ଚଢାନ୍ତୁ । ଯଦି ଆପଣ ଚାକିରୀ ପାଇଁ ଇଂଟରଭ୍ୟୁ ଦେବାକୁ ଯାଉଥିବେ ତେବେ ଆପଣଙ୍କ ପକେଟରେ ଲାଲ ରୁମାଲ ନେଇକି ଯାଆନ୍ତୁ । ଏହାଦ୍ୱାରା ଆପଣଙ୍କୁ ନିଶ୍ଚିତରୂପେ ଚାକିରୀ ମିଳିଯିବ । ଏବଂ ଯଦି ବ୍ୟବସାୟ ହେଉନଥିବ ତେବେ ବ୍ୟବସାୟରେ ବି ଲାଭ ହେବ ।