ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନର ମହତ୍ୱ ରହିଛି । ପ୍ରତ୍ୟେକ ଦିନ ବିଶେଷ ଦେବା-ଦେବୀଙ୍କୁ ପୂଜା କରାଯାଇଥାଏ । ସେହିପରି ଗୁରୁବାର ଭଗବାନ ବିଷ୍ଣୁ ଏବଂ ବୃହଷ୍ପତି ଦେବଙ୍କୁ ସମର୍ପିତ କରାଯାଇଛି । ଏହିଦିନ ଭଗବାନ ବିଷ୍ଣୁଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ । ତାଙ୍କ ପୂଜା ପରେ କଦଳୀ ଗଛ ପୂଜିବାର ବିଧାନ ମଧ୍ୟ ରହିଛି ।
ଧାର୍ମିକ ମାନ୍ୟତା ଅନୁସାରେ କଦଳୀ ଗଛରେ ବୃହସ୍ପତି ଦେବ ନିବାସ କରିଥାନ୍ତି । ଯଦି ଏହି ଦିନ କଦଳୀ ଗଛ ପୂଜିବେ ତେବେ ଦେବତାମାନଙ୍କ ଗୁରୁ ବୃହସ୍ପତି ଦେବ ଏବଂ ଭଗବାନ ବିଷ୍ଣୁ ପ୍ରସନ୍ନ ହେବେ ଏବଂ ସମସ୍ତ ମନସ୍କାମନା ପୁରଣ କରିବେ । ଗୁରୁବାର ବୃହସ୍ପତି ଦେବଙ୍କ ପୂଜା କରିବା ଦ୍ୱାରା ଧନ, ବିଦ୍ୟା, ମାନ-ସମ୍ମାନ, ପ୍ରତିଷ୍ଠା ଏବଂ ମନବାନ୍ଛିତ ଫଳ ପ୍ରାପ୍ତି ହୋଇଥାଏ । ଯଉଁ କନ୍ୟାଙ୍କର ବିବାହ ବିଳମ୍ବ ହେଉଛି ସେମାନେ ଯଦି ଗୁରୁବାର ବ୍ରତ ରଖି କଦଳୀ ଗଛ ପୂଜିବେ ତେବେ ଶୀଘ୍ର ବିବାହ ଯୋଗ ଫିଟିବ ।