ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆପଣମାନେ ସମସ୍ତେ ଜାଣିଥିବେ କି ଧନ ପ୍ରାପ୍ତି ସମସ୍ତଙ୍କର ଇଛା । ସେଥିପାଇଁ ବ୍ୟକ୍ତି କଠିନ ପରିଶ୍ରମ ମଧ୍ୟ କରିଥାନ୍ତି । ଏହାପରେ ବି କିଛି ବ୍ୟକ୍ତିଙ୍କ ପାଖରେ ଟଙ୍କା ରହିନଥାଏ । ଏହି ସମୟରେ ଉପାୟ ହିଁ କାମ କରିଥାଏ । ତେବେ ଆସନ୍ତୁ ଜାଣିବା ଧନ ପ୍ରାପ୍ତି ପାଇଁ କିଛି ଉପାୟ..
- କୁହାଯାଏ କି ଶିବଲିଙ୍ଗ ଉପରେ ଜଳ, ବେଲପତ୍ର ଏବଂ ଅକ୍ଷତ ଅର୍ପଣ କରିବା ଦ୍ୱାରା ପ୍ରଚୁର ଧନ ଲାଭ ହୋଇଥାଏ ।
- ମହାଲକ୍ଷ୍ମୀ ଏବଂ ଶ୍ରୀ ବିଷ୍ଣୁଙ୍କ ପୂଜା କରନ୍ତୁ ଧନ ଲାଭ ହେବ ।
- ସପ୍ତାହରେ ଯେକୌଣସି ଗୋଟେ ବ୍ରତ କରିବା ଦ୍ୱାରା ଲାଭ ହୋଇଥାଏ । ଯଦି ଆପଣ ସୋମବାର ବ୍ରତ କରୁଛନ୍ତି ତେବେ ଧନର କାରକ ଚନ୍ଦ୍ରମା ପ୍ରସନ୍ଦ ହୋଇଥାନ୍ତି । ସେହିପରି ମଙ୍ଗଳବାର ବ୍ରତରେ ବଜରଙ୍ଗବାଲୀ, ବୁଧବାର ବ୍ରତରେ ଶ୍ରୀ ଗଣେଶ, ଗୁରୁବାର ବ୍ରତରେ ଶ୍ରୀ ବିଷ୍ଣୁ, ଶୁକ୍ରବାର ବ୍ରତରେ ମା’ ଲକ୍ଷ୍ମୀ,ଶନିବାର ବ୍ରତରେ ମା’ ଲକ୍ଷ୍ମୀ ଏବଂ ରବିବାର ବ୍ରତରେ ସୁର୍ଯ୍ୟଦେବ ପ୍ରସନ୍ନ ହୋଇ ଧନ, ସୁଖ ଏବଂ ସୌଭାଗ୍ୟର ବରଦାନ କରିଥାନ୍ତି ।
- ଅନାମିକା ଅଙ୍ଗୁଳିରେ ସୁନା, ଚାନ୍ଦି ଏବଂ ତମ୍ବାରେ ତିଆରି ମୋଦି ପିନ୍ଧନ୍ତୁ ଧନ ଲାଭ ହେବ ।
- ସନ୍ଧ୍ୟାରେ ଯେକୌଣସି ମନ୍ଦିରରେ ଦୀପ ଜଳାନ୍ତୁ ।
- ପୂର୍ଣ୍ଣିମାରେ ଚନ୍ଦ୍ର ପୂଜା କରନ୍ତୁ ।
- ପ୍ରତ୍ୟେକ ଦିନ ଶ୍ରୀ ଲକ୍ଷ୍ମୀସୁକ୍ତ ପାଠ କରିବା ଦ୍ୱାରା ଲାଭ ହୋଇଥାଏ ।
- ଏହାସହିତ କନକଧାରା ସ୍ତୋତ୍ର ପାଠ ବି ଲାଭ ଦାୟକ ହୋଇଥାଏ ।
- ସର୍ବଦା ଘର ସଫା ସୁତରା ରଖନ୍ତୁ ଏହାଦ୍ୱାରା ଧନ ଆପଣଙ୍କ ଘରେ ସ୍ଥାୟୀ ଭାବେ ରହିବ ।