ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଘରର ମହିଳାମାନେ ରାତିରେ ବିଧିବିଧାନ ସହିତ ମା ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କଲେ ବହୁତ ଭଲ ଲାଭ ହେବା ସହ ଘରେ କଦାପି ଟଙ୍କାର ଅଭାବ ଦେଖାଦେଇନଥାଏ । ସେପଟେ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କାରିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ଅନେକ ଉପାୟ ରହିଛି । ସେହି ଉପାୟ କରିବା ଦ୍ୱାରା ମା’ ପ୍ରସନ୍ନ ହୋଇଥାନ୍ତି ।
ମା’ ଲକ୍ଷ୍ମୀଙ୍କ ପୂଜା-ବିଧି:
– ସର୍ବପ୍ରଥମେ ଏକ ଘିଅ ଦୀପ ଜଳାଇ ମା’ଲକ୍ଷ୍ମୀଙ୍କ ସମ୍ମୁଖରେ ରଖିବା ଉଚିତ୍ । ସେଥିପାଇଁ ରାତିରେ ମହିଳାମାନେ ଶୁଦ୍ଧ ହୋଇ ମା’ଲକ୍ଷ୍ମୀଙ୍କ ଧ୍ୟାନରେ ବସନ୍ତୁ ।
– ଏହାପରେ ମା’ ଲକ୍ଷ୍ମୀଙ୍କ ପ୍ରତିମା ଉପରେ ଫୁଲ ଚଢାଇବା ସହ ଘିଅ ଦୀପ ଜାଳନ୍ତୁ । ପୁଣି ମା’ ଲକ୍ଷ୍ମୀଙ୍କର ଶ୍ରୀ ଲକ୍ଷ୍ମୀ ଚାଳିଶା ପାଠ କରନ୍ତୁ । ଏଭଳି ଉପାୟ ନିୟମିତ କରିବା ଦ୍ୱାରା ବଡ ସମସ୍ୟାରୁ ମୁକ୍ତି ମିଳିଥାଏ ।
– ଏହାସହିତ ମା’ ଲକ୍ଷ୍ମୀଙ୍କ ଚାଳିଶା ପଢିବା ପରେ ତାଙ୍କ ସମ୍ମୁଖରେ ନିଜର ସମସ୍ୟାର ନିବାରଣ ପାଇଁ ପ୍ରାର୍ଥନା କରନ୍ତୁ । ଏହାପରେ ଶେଷରେ ମା’ ଲକ୍ଷ୍ମୀଙ୍କ ଠାରେ ଦେଶୀ ଘିଅରେ ତିଆରି ହାଲୱା ଭୋଗ ଲଗାନ୍ତୁ । ଏହାଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।