ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରତ୍ୟେକ ମନୁଷ୍ୟ ତାର ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ କମାନା କରିଥାଏ । ଏହାସହିତ ଜୀବନରେ ଆର୍ଥିକ ସମସ୍ୟା ଯେପରି ନଉପୁଜୁ ସେନେଇ ମଧ୍ୟ କାମନା କରିଥାଏ । ଯେଉଁ ବ୍ୟକ୍ତିଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପା ଲାଭ ରହିଥାଏ । ସେମାନଙ୍କର କଦାପି କୌଣସି ପ୍ରକାରର ଆର୍ଥିକ ସମସ୍ୟା ଦେଖା ଦେଇନଥାଏ ।
ଅନେକ ଲୋକ ଅଛନ୍ତି ଯେଉଁମାନେ ଯେତେ ଧନ ଉପାର୍ଜନ କଲେ ବି ତାଙ୍କ ପାଖରେ ଧନ ରହିନଥାଏ । ଯାହାଦ୍ୱାରା ସେମାନଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ । ତେବେ ସେଥିପାଇଁ ମା’ଲକ୍ଷ୍ମୀଙ୍କ କିଛି ଉପାୟ କରିବା ଦ୍ୱାରା ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇଥାଏ ।
ଯେଉଁ ଘରମାନଙ୍କରେ ମହିଳା ମାନଙ୍କର ଆଦର ସମ୍ମାନ କରାଯାଏ, ସେଠାରେ ସର୍ବଦା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଧନ ବଳବତ୍ତର ରହିଥାଏ । କିନ୍ତୁ ଯେଉଁ ଘରମାନଙ୍କରେ ସର୍ବଦା କଳହ ଲାଗି ରୁହେ, ସେଠାରେ ମା’ ଲକ୍ଷ୍ମୀ ପ୍ରବେଶ କରିନଥାନ୍ତି । ଯାହାଦ୍ୱାରା ଆର୍ଥିକ ସମସ୍ୟା ଉପୁଜିଥାଏ ।
ଧର୍ମିକ ମାନ୍ୟତା ଅନୁଯାୟୀ ଶୁକ୍ରବାର ହେଉଛି ମା ଲକ୍ଷ୍ମୀଙ୍କ ବାର । ଏହି ଦିନ ମାଙ୍କର ବ୍ରତ ଏବଂ ପୂଜା କରିବା ଦ୍ୱାରା ମା ପ୍ରସନ୍ନ ହୋଇଥାନ୍ତି । ସେଥିପାଇଁ ଏହି ଦିନ ବିଧି ବିଧାନ ସହ ଲକ୍ଷ୍ମୀଙ୍କ ପୂଜା କରନ୍ତୁ ।
ସେହିପରି ଯେଉଁ ଘରେ ଯେଉଁ ଘରେ ବାସ୍ତୁ ଦୋଷ ଥାଏ ସେଠାରେ ମା’ ଲକ୍ଷ୍ମୀ ରହିନଥାନ୍ତି । ବାସ୍ତୁ ନିୟମ ସଠିକ୍ ଭାବେ ପାଳନ କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ ।