ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶନିବାର ଦିନ ଶନିଦେବଙ୍କୁ ପୂଜା ଅର୍ଚ୍ଚନା କରାଯାଇଥାଏ । ନ୍ୟାୟର ଦେବତା ଶନି ଯଦି କୌଣସି ବ୍ୟକ୍ତିଙ୍କ ଜାତକରେ ଖରାପ ସ୍ଥିତିରେ ରହିଥାନ୍ତି ତେବେ ସେହି ବ୍ୟକ୍ତିଙ୍କ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ।
ସେହିପରି ଯଦି କୌଣସି ଜାତକର ସପ୍ତମ ଘରେ ଶନି ରହିଥାନ୍ତି କିମ୍ବା ବ୍ୟକ୍ତି ସପ୍ତମେଶ ଶନି ଦ୍ୱାରା ପୀଡିତ , ଯେଉଁଥିପାଇଁ ବ୍ୟକ୍ତି ଖରାପ ସମସ୍ୟାର ସାମ୍ନା କରୁଛନ୍ତି । ସେଥିପାଇଁ କିଛି ଖାସ୍ ଉପାୟ ରହିଛି । ଯେଉଁ ଉପାୟ କରିବା ଦ୍ୱାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନିଙ୍କୁ ଅନୁଶାସନର ଗ୍ରହ ବୋଲି କୁହାଯାଇଥାଏ । ଯଦି ଆପଣଙ୍କ ଜାତକ ଅନୁଶଂସିତ ନାହିଁ ଏବଂ ଚରିତ୍ର ଦୂଷିତ ଅଛି ତେବେ ଏଥିପାଇଁ ଶନି କୋପ କରିଥାନ୍ତି । ସେଥିପାଇଁ ଜୀବନକୁ ଅନୁସଂଶିତ ଓ ଚରିତ୍ରକୁ ଭଲ ରଖନ୍ତୁ । ମାତ୍ର ଅନେକ ଥର ମନୁଷ୍ୟର ପୂର୍ବଜନ୍ମର ଖରାପ କର୍ମ ପାଇଁ ଶନିଙ୍କ ପରିଣାମ ଭୋଗିବାକୁ ପଡିଥାଏ ।
ସେହିପରି ଭଗବାନ ହନୁମାନଙ୍କ ଆରଧାନା ଦ୍ୱାରା ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ । ନିୟମିତ ହନୁମାନ ଚାଳିଶା ପାଠ କରନ୍ତୁ । ଏହାଦ୍ୱାରା କଦାପି ଶନିଙ୍କ ଖରାପ ପ୍ରଭାବ ଆପଣଙ୍କ ଉପରେ ପଡିବ ନାହିଁ । ଏହାସହିତ ହନୁମାନଙ୍କ ମନ୍ଦିର ଯାଇ ପ୍ରସାଦରେ ମିଠା ଅର୍ପଣ କରନ୍ତୁ । ସେହିପରି ସୁନ୍ଦରାକାଣ୍ଡ ପାଠ କରିବା ଦ୍ୱାରା ବି ଜାତକକୁ ଲାଭ ପ୍ରାପ୍ତି ହୋଇଥାଏ ।
ଅପରପକ୍ଷେ ଶନିଙ୍କ ସହ ଜଡିତ ଦୋଷ ଦୁର କରିବା ଏବଂ ଶନିଙ୍କ କୃପା ଲାଭ ପାଇଁ ଭଗବାନଙ୍କ ଶିବଙ୍କ ଉପାସନା ଏକ ସିଦ୍ଧ ଉପାୟ । ନିୟମପୂର୍ବକ ଶିବ ସହସ୍ରନାମ ବା
ଶିବ ପଞ୍ଚାକ୍ଷରୀ ପାଠ କରିବା ଦ୍ୱାରା ଶନିଙ୍କ ଖରାପ ପ୍ରଭାବ ଦୂର ହୋଇଥାଏ । ଏହାସହିତ ସମସ୍ତ ବାଧା-ବିଘ୍ନ ଦୂର ହୋଇଥାଏ ।