କଟକ (ଏଟିଆର ବ୍ୟୁରୋ): ଆରମ୍ଭ ହୋଇଯାଇଛି ପବିତ୍ର ଶ୍ରାବଣ ମାସ । ଶିବଲିଙ୍ଗରେ ପାଣି ଢାଳିବା ପାଇଁ ସୋମବାରକୁ ଚାହିଁ ବସିଛନ୍ତି ଭକ୍ତ । ଦୁଇ ଦିନ ପରେ ଶ୍ରାବଣ ମାସର ପ୍ରଥମ ସୋମବାର । କରୋନା ପାଇଁ ଦୀର୍ଘ ଦୁଇ ବର୍ଷ ହେବ କାଉଡି ଯାତ୍ରା ଉପରେ କଟକଣା ଲଗାଯାଇଥିବା ବେଳେ ଚଳିତ ବର୍ଷ ଏନେଇ ମିଳିଛି ଅନୁମତି । ସେଥିପାଇଁ ଶୈବପୀଠ ମାନଙ୍କରେ ଲକ୍ଷାଧୀକ କାଉଡିଆଙ୍କ ସମାଗମ ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି କଟକ ଧବଳେଶ୍ୱର ପୀଠରେ ବାହୁଙ୍ଗି ବାରଣ କରାଯାଇଛି । ବାହୁଙ୍ଗି ନେଇ ପୀଠକୁ ଯାଇ ପାରିବେନି କାଉଡିଆ ।
କାଉଡିଆମାନେ ବାହୁଙ୍ଗି ନେଇ ଝୁଲାପୋଲ ପୂର୍ବରୁ ରଖି ପୀଠକୁ କେବଳ ଜଳ କଳଶ ଓ ଭୋଗ ନେଇ ଯାଇ ପାରିବେ ବୋଲି ସୂଚନା ଦେଇଛନ୍ତି ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ।