ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାଧାରଣ ବ୍ୟକ୍ତିଟି ସଫଳତା ପାଇଁ ଅନେକ ଉପାୟମାନ କରିବା ସହିତ ପ୍ରତ୍ୟେକ ଭଗବାନଙ୍କୁ ପୂଜାର୍ଚ୍ଚନା କରିଥାଏ । ମାତ୍ର ଆଜି ଆମେ ଏଭଳି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ । ଯାହାକୁ ସଠିକ୍ ଭାବେ କରିବା ଦ୍ୱାରା ସଫଳତା ପ୍ରାପ୍ତ କରିପାରିବେ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ..
– ଶିବ ପୁରାଣ ଅନୁସାରେ ଶିବ ଲିଙ୍ଗ ଉପରେ ଚାଉଳ ଚଢାଇବା ଦ୍ୱାରା ଭକ୍ତଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ସେଥିପାଇଁ ଶିବ ଜୀଙ୍କ ପୂଜାରେ ଦେଢ କିଲୋ ଚାଉଳ ଚଢାନ୍ତୁ ଏବଂ ପୂଜା ପରେ ସେହି ଚାଉଳକୁ କୌଣସି ଗରିବ ବ୍ୟକ୍ତିଙ୍କୁ ଦାନ କରି ଦିଅନ୍ତୁ । କୁହାଯାଏ ପ୍ରତ୍ୟେକ ସୋମବାର ଦିନ ଏଭଳି କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ ।
– ସକାଳୁ ଶୀଘ୍ର ଉଠି ନିତ୍ୟକ୍ରମ ସାରିବା ପରେ ଲାଲ ରଙ୍ଗର କୌଣସି ରେଶମ କପଡା ନିଅନ୍ତୁ । ସେହି କପଡାରେ ୨୧ଟି ହଳଦି ମିଶା ଅଖଣ୍ଡ ଚାଉଳ ରଖି ତାକୁ ବାନ୍ଧି ଦିଅନ୍ତୁ । ଏହାପରେ ବିଧିବିଧାନ ସହ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରନ୍ତୁ । ପୂଜାରେ ସେହି ବାନ୍ଧା ହୋଇଥିବା ପୋଟଳି ଟିକୁ ରଖିବାକୁ ବିଲକୁଲ ଭୁଲନ୍ତୁ ନାହିଁ । ପୂଜା ସରିବା ପରେ ସେହି ଚାଉଳ ପୋଟଳି ଟିକୁ ଆପଣଙ୍କ ଆମିରାରେ ରଖି ଦିଅନ୍ତୁ ।
– କୁହାଯାଏ ଯଦି ଆପଣଙ୍କ ଜାତକରେ ଚନ୍ଦ୍ର ଅଶୁଭ ଫଳ ଦେଉଛି ତେବେ ଆପଣଙ୍କ ମାତାଙ୍କ ଦ୍ୱାରା ଏକ ମୁଠା ଚାଉଳ ନିୟମିତ ଭାବେ ଦାନ କରନ୍ତୁ । କାରଣ ଏଭଳି କରିବା ଦ୍ୱାରା ଚନ୍ଦ୍ର ଦୋଷ ଦୂର ହୋଇଥାଏ ।
– ସେହିପରି ଚାକିରୀ ସମ୍ବନ୍ଧୀୟ ସମସ୍ୟା ଦୂର କରିବା ପାଇଁ ଘରର ଛାତ ଉପରେ ପକ୍ଷୀମାନଙ୍କ ପାଇଁ ଚାଉଳ ବିଞ୍ଚନ୍ତୁ, କାରଣ ଏହାଦ୍ୱାରା ଚାକିରୀ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।