ସମ୍ବଲପୁର (ଏଟିଆର ବ୍ୟୁରୋ): ଦୀର୍ଘ ଦିନର ବ୍ୟବଧାନ ପରେ ଆଜିଠୁ ଖୋଲିଛି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର । ଆଜି ସକାଳ ୬ଟାରୁ ମା’ଙ୍କର ଦର୍ଶନ କରୁଛନ୍ତି ଭକ୍ତ । କୋଭିଡ ନିୟମ ମାନି ଭକ୍ତମାନେ ମା’ଙ୍କର ଦର୍ଶନ କରୁଛନ୍ତି । ମା’ଙ୍କ ଦର୍ଶନ ପାଇଁ ଦୁଇଟି ପର୍ଯ୍ୟାୟ କରାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟ ସକାଳ ୬ଟାରୁ ପୂର୍ବାହ୍ନ ସାଢେ ୧୧ ଟା ଏବଂ ଦ୍ୱିତୀୟ ପର୍ଯ୍ୟାୟ ଅପରାହ୍ନ ୩ଟାରୁ ସନ୍ଧ୍ୟା ସାଢେ ୭ଟା ରହିଛି ।
ଆଜିଠୁ ୫ ଦିନ ଯାଏଁ କେବଳ ସ୍ଥାନୀୟ ଲୋକେ ମା’ଙ୍କର ଦର୍ଶନ କରିବେ । ସେଥିପାଇଁ ପ୍ରତ୍ୟେକ ଭକ୍ତଙ୍କ ପାଇଁ ପରିଚୟ ପତ୍ର ବାଧ୍ୟତାମୂଳକ କରାଯାଇଛି । ଏହାସହିତ କୋଭିଡ ଗାଇଡଲାଇନ୍ ଅନୁଯାୟୀ ଛୋଟ ଛୁଆ ଏବଂ ବୟସ୍କ ବ୍ୟକ୍ତିଙ୍କୁ ଦର୍ଶନ ପାଇଁ ଅନୁମତି ନାହିଁ ।
ସୂଚନାଯୋଗ୍ୟ, ମହାମାରୀ କରୋନା ପାଇଁ ଦୀର୍ଘ ୯ ମାସରୁ ଅଧିକ ଦିନ ହେବ ମା’ ସମଲେଇଙ୍କ ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଥିଲା । ମନ୍ଦିର କେବେ ଖୋଲିବ ଏନେଇ ବ୍ୟାକୁଳ ହୋଇପଡିଥିଲେ ଭକ୍ତ । ଏବେ ରାଜ୍ୟରୁ କରୋନା ସମ୍ପୂର୍ଣ୍ଣ ଦୂର ହୋଇନଥିଲେ ସୁଧା ସ୍ଥି୍ତିରେ ସାମାନ୍ୟ ସୁଧାର ଆସିଥିବାରୁ ଭକ୍ତଙ୍କ ପାଇଁ ମନ୍ଦିର ଖୋଲାଯାଇଛି ।