ସମ୍ବଲପୁର (ଏଟିଆର ବ୍ୟୁରୋ); ଆସନ୍ତା ୭ ତାରିଖରେ ଶୀତଳ ଷଷ୍ଠୀ । ଏହା ହେଉଛି ପଶ୍ଚିମ ଓଡିଶାର ଏକ ବଡ ପର୍ବ । ନନ୍ଦପଡ଼ାର ବ˚ବରାଡ଼ ବାଲୁ˚କେଶ୍ବର ବାବାଙ୍କ ପତରପେଁଡ଼ି ସହ ସମ୍ବଲପୁରର ବିଶ୍ବ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହୋଇଛି। ନୃତ୍ୟ, ବାଦ୍ୟର ତାଳେତାଳେ ବରପିତା ଓ ପଡ଼ାର ମୁରବୀମାନେ ଏକ ଶୋଭାଯାତ୍ରାରେ ଆସି ସାକ୍ଷୀପଡ଼ାସ୍ଥିତ କନ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ବର ଓ କନ୍ୟା ପକ୍ଷ ମଧୢରେ କଥୋପକଥନ ପରେ ଦେବଦେବ ମହାଦେବଙ୍କ ସହ ଜଗତ୍ଜନନୀ ମାତା ପାର୍ବତୀଙ୍କ ବିବାହ ପାଇଁ ଉଭୟ ପକ୍ଷ ରାଜି ହୋଇଥିଲେ। ବରପିତା ସରଗିପତ୍ର ଦେବା ପରେ ପତରପେଁଡ଼ି ସମ୍ପନ୍ନ ହେବା ସହ ବିବାହ ସ୍ଥିରୀକୃତ ହୋଇଥିଲା।
ଏହା ପୂର୍ବରୁ ସନ୍ଧ୍ୟାରେ ବରପିତା ସପ୍ତରୁଷି ପଣ୍ଡିତ ମଣ୍ଡଳୀ ଓ ମୁରବୀ ମାନଙ୍କୁ ସାଙ୍ଗରେ ନେଇ ବିରାଟ ଶୋଭାଯାତ୍ରାରେ କୁଲୁଥକାନି ସ୍ଥିତ କନ୍ୟାପିତାଙ୍କ ଘରକୁ ଯାଇଥିଲେ। ବରପକ୍ଷ ମହାଦେବଙ୍କ ସହିତ ଦେବୀ ପାର୍ବତୀଙ୍କ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଏହାପରେ ପରମ୍ପରା ମୁତାବକ ସର୍ଗିପତ୍ର ବିଡ଼ା ଦେଇ ନିର୍ବନ୍ଧ ପକ୍କା ହୋଇଥିଲା।
ଶୋଭାଯାତ୍ରା କୁଲୁଥକାନିର କନ୍ୟା ପିତାମାତା ପ୍ରକାଶ ପାଣ୍ଡେ ଏବଂ କାଦମ୍ବିନୀ ଆଚାର୍ୟ୍ୟଙ୍କ ଘରେ ପହଞ୍ଚିଥିଲା । ସେଠାରେ ସପ୍ତଋଷି ବିବାହ ପାଇଁ କନ୍ୟା ଠାବ କରିବା ସହ ଶାଳପତ୍ର ଦେଇ ନିର୍ବନ୍ଧ ଶେଷ କରିଥିଲେ । ଆଜି ସନ୍ଧ୍ୟାରେ ବିବାହ ଉତ୍ସବରେ ସାମିଲ ହେବା ପାଇଁ ଦେବ ନିମନ୍ତ୍ରଣ କରାଯିବ । ଶିବଙ୍କ ବଡ଼ ଭାଇ ବିଷ୍ଣୁଙ୍କ ଅବତାର ନୃସିଂହ ଭଗବାନ ସମ୍ବଲପୁର ସହରର ସମସ୍ତ ମନ୍ଦିରକୁ ଯାଇ ଦେବାଦେବୀଙ୍କୁ ନିମନ୍ତ୍ରଣ କରିବେ ।