ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯେଉଁ ବ୍ୟକ୍ତିଙ୍କର ସନାତନ ଧର୍ମ ଉପରେ ବିଶ୍ୱାସ ରହିଛି ସେମାନେ ଭଲ ଭାବେ ଏହି ଧର୍ମ ସହ ଜଡିତ କଥା ବୁଝିପାରିବେ । ଅନେକ ଲୋକ ଅଛନ୍ତି ଯେଉଁମାନେ ସନାତନ ଧର୍ମର ନିୟମକୁ ଭଲ ଭାବେ ପାଳନ କରିଥାନ୍ତି । ବ୍ରହ୍ମପୁରାଣ ଅନୁଯାୟୀ ଭଗବାନଙ୍କୁ ଖୁସି କରିବା ପାଇଁ ଖାସ୍ ରୀତି ନୀତି ସହିତ ନିୟମ ପାଳନ କରିବା ଉଚିତ୍ । ସେଥିମଧ୍ୟରୁ ଗୋଟେ ନିୟମ ହେଉଛି ପବିତ୍ର ବସ୍ତୁକୁ ସିଧା ଭୂମି ଉପରେ ରଖିବା ଉଚିତ୍ ନୁହେଁ । ତେବେ ଆସନ୍ତୁ ଜାଣିବା କେଉଁ ଜିନିଷ ସିଧା ଭୂମି ଉପରେ ରଖିବା ଉଚିତ୍ ନୁହେଁ ।
ଦୀପ: କୁହାଯାଏ କି ଖାଲି ଚଟାଣରେ କଦାପି ଦୀପ ରଖିବା ଉଚିତ୍ ନୁହେଁ । ଯଦି ଆପଣ ଖାଲି ଦୀପ ଚଟାଣରେ ରଖୁଛନ୍ତି ତେବେ ଆଗକୁ ଏଭଳି ଭୁଲ୍ କରନ୍ତୁ ନାହିଁ । ଧାନ କିମ୍ବା ଚାଉଳ ଉପରେ ଦୀପ ରଖନ୍ତୁ । ଏହାବ୍ୟତିତ ବ୍ରହ୍ମପୁରାଣ ଅନୁଯାୟୀ ସବୁବେଳେ ଗୁଆକୁ ସୁନା କଏନ ଉପରେ ରଖି ପୂଜା କରିବା ଉଚିତ୍ । ।
ଶାଳଗ୍ରାମ: ହିନ୍ଦୁ ପୁରାଣ ମୁତାବକ ଶାଳଗ୍ରାମ ଭଗବାନ ବିଷ୍ଣୁଙ୍କ ଏକ ରୂପ । ଶାଳଗ୍ରାମ ପୂଜା ସର୍ବଦା ହଳଦିଆ ରଙ୍ଗର ବସ୍ତ୍ରର ରଖାଯାଇ କରାଯିବା ଉଚିତ୍ । ଏହାବ୍ୟତିତ ଯଦି ଆପଣ କୌଣସି ପବିତ୍ର ରତ୍ନର ପ୍ରୟୋଗ ପୂଜାରେ କରୁଛନ୍ତି ତେବେ ଏହା ପୂର୍ବରୁ ସେହି ରତ୍ନକୁ ସଫା ପାଣିରେ ଧୋଇ ପାନ ପତ୍ର ଉପରେ ରଖି ଦେବା ଉଚିତ୍ ।
ଭଗବାନଙ୍କ ଫଟୋ ବା ମୂର୍ତ୍ତି: ଭଗବାନ ଫଟୋ ବା ମୂର୍ତ୍ତିକୁ କଦାପି ଚଟାଣରେ ରଖିବା ଉଚିତ୍ ନୁହେଁ । ଯଦି ଆବଶ୍ୟକତା ରହିଛି ତେବେ କାଠର ପିଢା କିମ୍ବା ଚାଉଳ ଉପରେ ସ୍ଥାପିତ କରନ୍ତୁ ।
ଭଗବାନଙ୍କ ବସ୍ତ୍ର: ଭୂମିରେ ପଡିଯାଇଥିବା କିମ୍ବା ରଖାଯାଇଥିବା ବସ୍ତ୍ରକୁ କଦାପି ଭୂମିରେ ରଖିବା ଉଚିତ୍ ନୁହେଁ । ସେଥିପାଇଁ ଭଗବାନଙ୍କ ବସ୍ତ୍ରକୁ ସର୍ବଦା ସମ୍ଭାଳି ରଖିବା ଉଚିତ୍ । ଏହାବ୍ୟତିତ କୌଣସି ଧାର୍ମିକ କାର୍ଯ୍ୟ ପାଇଁ ଶଙ୍ଖକୁ ସର୍ବଦା ଧୋଇକି ଶୁଖେଇବା ଉଚିତ୍ ।