ପୁରୀ (ଏଟିଆର ବ୍ୟୁରୋ): ଆଜି ଭାଦ୍ରବ ମାସ ଅମାବାସ୍ୟା ତିଥି । ଯାହା ସପ୍ତପୁରୀ ଅମାବାସ୍ୟା ନାମରେ ନାମିତ । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଲାଗି ହୋଇଥାଏ ସପ୍ତପୁରୀ ଭୋଗ । ଶ୍ରୀଜିଉଙ୍କ ଅବକାଶ ନୀତି ସରିବା ପରେ ବେଶ କରାଯାଇ ଗମ୍ଭିରାରେ ପାଣି ପଡି ଟେଣା ବନ୍ଧାଯିବା ପରେ ସକାଳ ଧୂପ ସହ ସାତପୁରୀ ଭୋଗ ରୋଷ ଘରୁ ଅଣାଯାଇ ପୂଜାପଣ୍ଡା ଷୋଡଶ ଉପଚଚାରରେ ପୂଜା କରିଥାନ୍ତି ।
ଗତକାଲି ଅଠର ନଳା ନିକଟରେ ଅବସ୍ଥିତ ମା ଆଲାମଚଣ୍ଡୀ ମନ୍ଦିରରୁ ସପ୍ତପୁରୀ ଭୋଗ ପାଇଁ ଆବଶ୍ୟକ ତାଡ଼ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ଚତୁର୍ପାଶ୍ୱ ପରିକ୍ରମା ପରେ ତାଡ ଗୁଡିକୁ ରୋଷ ବେହେରଣରେ ରଖାଯାଇଥିଲା ।