ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶନିବାର ଶନିଦେବଙ୍କୁ ସମର୍ପିତ କରାଯାଇଛି । ଏହିଦିନ ଶନିଦେବଙ୍କ ପୂଜା କରିବା ଦ୍ୱାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି । ଶନିଦେବଙ୍କୁ କର୍ମଫଳଦାୟୀ ମଧ୍ୟ କୁହାଯାଇଥାଏ । କୁହାଯାଏ କି ବ୍ୟକ୍ତିଙ୍କ ଭଲ-ଖରାପ କର୍ମ ଅନୁସାରେ ହିଁ ତାଙ୍କୁ ଫଳ ଦେଇଥାନ୍ତି ଶନିଦେବ । ଯଦି କୌଣସି ଯାତକରେ ଶନି ଦୋଷ ବା ସାଢେ ସାତି ଶନି ରହିଥାଏ ତେବେ ସେହି ଜାତକ ବ୍ୟକ୍ତିଙ୍କ ମାନସିକ, ଶାରିରୀକ ଏବଂ ଆର୍ଥିକ ସମସ୍ୟା ଲାଗି ରହିଥାଏ ।
ବିଶ୍ୱାସ ରହିଛି କି ଶନିବାର ଦିନ ଶ୍ରଦ୍ଧା ତଥା ଭକ୍ତି ମନରେ ଶନିଦେବଙ୍କୁ ପୂଜା କରୁଥିବା ଭକ୍ତଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଶାସ୍ତ୍ର ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କ ଅନନ୍ୟ ଭକ୍ତ ହେଉଛନ୍ତି ଶନିଦେବ । ସେଥିପାଇଁ ଶ୍ରୀକୃଷ୍ଣଙ୍କ ପୂଜା କରୁଥିବା ଭକ୍ତଙ୍କ ଉପରେ କୁଦୁଷ୍ଟି ପକାନ୍ତି ନାହିଁ ଶନିଦେବ । ଏହାସହିତ ଶନିବାର ଶନିଦେବଙ୍କ ପୂଜା କରିବା ସମୟରେ କିଛି ନିୟମ ପାଳନ କରିବା ଉଚିତ୍ । ଏହିଦିନ ଅନେକ ଜିନିଷ କିଣିବା ମନା । ଶନିଦେବଙ୍କ କୃପା ଲାଭ ପାଇଁ ପୂଜା କରିବା ସହିତ ଶନିଦେବଙ୍କ ମନ୍ତ୍ର ଜପିବା ଶୁଭ ହୋଇଥାଏ । ଏହାଦ୍ୱାରା ଘରକୁ ସୁଖ-ସମୃଦ୍ଧ ଆସିବା ସହ ସମସ୍ତ ଦୁଃଖ ଦୂର ହୋଇଥାଏ ।
ଶନି ମହାମନ୍ତ୍ର: ଓଁ ନିଳାଞ୍ଜନ ସମାଭାସଂ ରବିପୁତ୍ରଂ ୟମାଗ୍ରଜମ । ଛାୟାମାର୍ତଣ୍ଡ ସଭୁଂତଂ ତଂ ନମାମି ଶନୈଶ୍ଚରମ । ।
ଶନିଦୋଷ ନିବାରଣ ମନ୍ତ୍ର: ଓଁ ତ୍ରୟମ୍ବକଂ ୟଜାମହେ ମୁଗନ୍ଧିମ ପୃଷ୍ଟିବର୍ଦ୍ଧନମ । ଉର୍ବାରୁକ ମିବ ବନ୍ଧନାନ ମୃତ୍ୟୋମୁକ୍ଷୀୟ ମା ମୃତାତ । ।
ଶନି ଗାୟତ୍ରୀ ମନ୍ତ୍ର: ଓଁ ଭଗଭବାୟ ବିଦ୍ମହେ ମୃତ୍ୟୁରୂପାୟ ଦିମହି ତନ୍ନୋ ଶନିଃ ପ୍ରାଚୋଦୟାତ । ଓଁ ଶନୋଦେବୀରଭିଷ୍ଟୟ ଆପୋ ଭବନ୍ତୁ ପିତୟେ ଶଂୟୋରଭିକ୍ଷବନ୍ତୁ ନଃ । ।