ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ଶ୍ରାବଣ ମାସର ଶେଷ ସୋମବାର । ଏହିଦିନ ମହାଦେବଙ୍କୁ ବିଧି ବିଧାନର ସହ ପୂଜା କରିବା ଦ୍ୱାରା ବିଶେଷ କୃପା ଲାଭ ହୋଇଥାଏ ବୋଲି ମାନ୍ୟତା ରହିଛି ।
ଶ୍ରାବଣ ଶେଷ ସୋମବାରରେ ଗଙ୍ଗାଜଳ ବା ଖୀରରେ ମହାଦେବଙ୍କ ଅଭିଶେକ କରନ୍ତୁ । ଏହାପରେ ଭଗବାନ ଶିବଶମ୍ଭୁଙ୍କୁ ଚନ୍ଦନ, ଚାଉଳ, ଧଳାଫୁଲ, ବେଲପତ୍ର, ଭାଙ୍ଗ ପତ୍ର, ସମି ପତ୍ର, ଧୁଧୁରା ଫୁଲ ଆଦି ଅର୍ପଣ କରନ୍ତୁ ।
ଏହାପରେ ମହାଦେବଙ୍କୁ ମହୁ, ଫଳ, ମିଠା, ସାକର, ଏବଂ ଦୀପ-ଧୂପ ଆଦି ଅର୍ପଣ କରନ୍ତୁ । ପୁଣି ଶିବଚାଳିଶା ପାଠ କରନ୍ତୁ । ଶେଷରେ ଆରତୀ କରନ୍ତୁ ।