ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆରମ୍ଭ ହୋଇଯାଇଛି ଚୈତ୍ର ନବରାତ୍ରୀ । ଆଜି ନବରାତ୍ରୀର ଦ୍ୱିତୀୟ ଦିନ । ଏହି ଦିନ ମା ଦୁର୍ଗାଙ୍କର ଦ୍ୱିତୀୟ ସ୍ୱରୂପ ବ୍ରହ୍ମଚାରିଣୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ମା’ଙ୍କ ନଅ ସ୍ୱରୂପ ମଧ୍ୟରୀ ବ୍ରହ୍ମଚାରିଣୀ ଅନ୍ୟତମ । ମା’ଙ୍କର ଏହି ସ୍ୱରୂପକୁ ପୂଜା କରିବା ଦ୍ୱାରା ସମସ୍ତ କାମ ପୁରଣ ହେବା ସହିତ ଅଟକି ଯାଇଥିବା କାମ ହୋଇଯାଇଥାଏ ।
ସେହିପରି ବିଜୟ ପ୍ରାପ୍ତି ପାଇଁ ମଧ୍ୟ ଆଜିର ଦିନରେ ବ୍ରହ୍ମଚାରିଣୀଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ଏହାସହିତ ଅନେକ ପ୍ରକାରର ସମସ୍ୟା ଦୂର ହୋଇଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କୁ ମା’ ବ୍ରହ୍ମଚାରିଣୀଙ୍କ ସହ ଜଡିତ କିଛି ଖାସ୍ କଥା ବିଷୟରେ କହିବାକୁ ଯାଉଛୁ ।
ଦେବୀ ମା’ ଭଗବାନ ଶିବଙ୍କୁ ପତି ରୁପେ ପାଇବା ପାଇଁ ବର୍ଷ ବର୍ଷ ଧରି ନିର୍ଜଳ ତପସ୍ୟା କରିଥିଲେ । ଯେଉଁଥି ପାଇଁ ତାଙ୍କୁ ବ୍ରହ୍ମଚାରିଣୀ ବୋଲି କୁହାଯାଉଛି । ମା’ ତାଙ୍କ ଡାହାଣ ହାସ୍ତରେ ଜପ ମାଳି ଏବଂ ବାମ ହସ୍ତରେ କମଣ୍ଡଳ ଧାରଣ କରିଛନ୍ତି । ସାକ୍ଷାତ ବ୍ରହ୍ମାଙ୍କ ସ୍ୱରୂପ ହେଉଛନ୍ତି ବ୍ରହ୍ମଚାରିଣୀ । ତାଙ୍କୁ ତପସ୍ୟାର ମୂର୍ତ୍ତିମାନ ବୋଲି କୁହାଯାଇଥାଏ । ଏହାସହିତ ଏହି ଦେବୀ ମାତା ଭଗବତୀ, ଶିବସ୍ୱରୂପାଳ ଗଣେଶ ଜନନୀ, ନାରାୟଣୀ, ବିଷ୍ଣୁମାୟା ଏବଂ ପୂର୍ଣ୍ଣ ବ୍ରହ୍ମଚାରିଣୀ ରୁ ରୂପରେ ପ୍ରସିଦ୍ଧ ।
ସେଥିପାଇଁ ଦେବୀ ମା’ଙ୍କୁ ପୂଜା କରିବା ସମୟରେ ସର୍ବପ୍ରଥମେ ହାତରେ ଏକ ଫୁଲ ନେଇ ତାଙ୍କର ଧ୍ୟାନ ଏବଂ ପ୍ରାର୍ଥନା କରନ୍ତୁ । ଏହାପରେ ଦେବୀଙ୍କୁ ପଞ୍ଚାମୃତରେ ସ୍ନାନ କରାନ୍ତୁ । ପୁଣି ଭିନ୍ନ ଭିନ୍ନ ଫୁଲ, ଅକ୍ଷତ, କୁମକୁମ, ସିନ୍ଦୁର ଅର୍ପଣ କରନ୍ତୁ । ଦେବୀ ମା’ଙ୍କ ପ୍ରିୟ ହେଉଛି ପଦ୍ମ ଫୁଲ । ସେଥିପାଇଁ ତାଙ୍କ ପୂଜାରେ ପଦ୍ମ ଫୁଲ ଅର୍ପଣ କରନ୍ତୁ । ସେହିପରି ନିଜ ମନର ଇଛା ମା’ଙ୍କଠାରେ ପ୍ରକଟ କରନ୍ତୁ ।