ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା । ଏନେଇ ଯାଜପୁର ଜିଲ୍ଲାର ବିଭିନ୍ନ ମନ୍ଦିର ପରିସର ଯେପରିକି ଦଶ୍ୱାଶମେଧ ଘାଟ, ଜଗନ୍ନାଥ ମନ୍ଦିର, ଗୋକନେଶ୍ୱର ମନ୍ଦିର ପରିସରରେ କଟକଣା ଜାରି କରାଯାଇଛି । ଏହି ସ୍ଥାନ ମାନଙ୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ଗୁରୁବାର ମଧ୍ୟରାତ୍ରିରୁ ଶୁକ୍ରବାର ମଧ୍ୟ ରାତ୍ରି ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖ ଭିଡ ନହେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ତ୍ତିକ ପୂର୍ଣ୍ଣିମାରେ କଟକଣା ଜାରି କରାଯାଇଛି ।