ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜ୍ୟୋତିଷ-ଶାସ୍ତ୍ରରେ ଶନିଦେବଙ୍କୁ ନ୍ୟାୟାର ଦେବତା ବୋଲି କୁହାଯାଇଥାଏ । କର୍ମ ଆଧାରରେ ସେ ଶୁଭ-ଅଶୁଭ ଫଳ ପ୍ରଦାନ କରିଥାନ୍ତି । ଯେଉଁ ବ୍ୟକ୍ତିଙ୍କ ଉପରେ ଶନିଦେବଙ୍କ ଖରାପ ଦୃଷ୍ଟି ପଡେ ତାଙ୍କର ଖରାପ ସମୟ ଆରମ୍ଭ ହୋଇଯାଏ । ଗ୍ରହଙ୍କ ପରିବର୍ତ୍ତନରେ ବ୍ୟକ୍ତିଙ୍କ ଜୀବନ ମଧ୍ୟ ପ୍ରଭାବିତ ହୋଇଥାଏ । ଜାତକରେ ଯେତେବେଳେ ଶନିଙ୍କ ସ୍ଥାନ ପରିବର୍ତ୍ତନ ହୁଏ ଉଭୟ ନକରାତ୍ମକ ଏବଂ ସକରାତ୍ମକ ପରିଣାମ ମିଳିଥାଏ । ବ୍ୟକ୍ତିଙ୍କ ଉପରେ ଶନିଙ୍କ ପ୍ରକୋପ ସାଢେ ସାତ ବର୍ଷ ପର୍ଯ୍ୟନ୍ତ ରହିଥାଏ । ତେବେ ଆସନ୍ତୁ ଜାଣିବା ଶନି ଅଶୁଭ ହେବା ଦ୍ୱାରା କି ସଂକେତ ଦେଇଥାନ୍ତି ।
– ଅଚାନକ ଧନ ହାନି, ବେପାରରେ ଲଗାତର ଭାବେ ହାନି ହେବା ଶନିଙ୍କ ଅଶୁଭ ଫଳର ସଂକେତ ।
– ଶନିଦେବଙ୍କ ଅଶୁଭ ପ୍ରଭାବ ଦ୍ୱାରା ଚାକିରୀ କ୍ଷେତ୍ରରେ ମଧ୍ୟ ସମସ୍ୟା ଉପୁଜିଥାଏ । ଏପରିକି ଚାକିରି ମଧ୍ୟ ଚାଲିଯାଏ ।
– ଶନିଙ୍କ ପ୍ରକୋପରେ ବ୍ୟକ୍ତି ମିଛ ମାମଲାରେ ମଧ୍ୟ ଫସି ପାରନ୍ତି । ଏହାଦ୍ୱାରା ମାନସମ୍ମାନ ହାନି ହୋଇଥାଏ ।
– କ୍ରୋଧ ବଢିବା, ଖରାପ ଅଭ୍ୟସ୍ତ ଚୋରୀ କରିବା, ଜୁଆ ଖେଳିବା ଆଦି ଶନିଙ୍କ ଅଶୁଭ ପ୍ରଭାବର ସଂକେତ । ଏହି ଅଭ୍ୟସ୍ତ ପାଇଁ ଦରିଦ୍ର୍ୟତା ଆସିଥାଏ ।
ଶନିି ମହାଦଶାରୁ ରକ୍ଷା ପାଇବା ପାଇଁ ଉପାୟ:-
– ଶନିଙ୍କ ଶୁଭତା ପ୍ରାପ୍ତ ପାଇଁ ଅମାବାସ୍ୟାରେ ପବିତ୍ର ନଦୀରେ ସ୍ନାନ କରି ଗରିବଙ୍କୁ ବସ୍ତ୍ର, ଅନ୍ନ ଦାନ କରନ୍ତୁ ।
– ଶନିବାର ଦିନ ଓସ୍ତ ଗଛ ମୂଳେ ଜଳ ଅର୍ପଣ କରିବା ଦ୍ୱାରା ଖୁବ୍ ଶୀଘ୍ର ଶନିଗ୍ରହ ସମସ୍ୟା ଦୂର ହୋଇଥାଏ ।
– ଶନିଙ୍କ ଅଶୁଭ ପ୍ରଭାବ କମ କରିବା ପାଇଁ ଶନିବାର ଦିନ ଶନିଦେବଙ୍କ ଉପରେ ସୋରିଷ ତେଲ ଅର୍ପଣ କରନ୍ତୁ । ଏହାସହିତ ସୋରିଷ ତେଲରେ ଦୀପ ଜାଳି ଶନି ଚାଳିଶା ପାଠ କରନ୍ତୁ ।
– ଶନିବାର ଦିନ ଲୁହା ଜିନିଷ, କଳା ବସ୍ତ୍ର, ବିରି ଡାଲି, ସୋରିଷ ତେଲ, ଜୋତା-ଚପଲ ଆଦି ଦାନ କରିବା ଦ୍ୱାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି ।