ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶନିବାର ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶୁଭ ଏବଂ ଶ୍ରେଷ୍ଠ ବୋଲି କୁହାଯାଇଥାଏ । କାରଣ ଶନିବାରକୁ ଶନିଦେବଙ୍କୁ ଅର୍ପଣ କରାଯାଇଛି । ସେହି ଆଶ୍ୱିନ ମାସ ଆରମ୍ଭ ହୋଇଯାଇଛି । ଆଜି ହେଉଛି ଆଶ୍ୱିନ ମାସର ପ୍ରଥମ ଶନିବାର ।
ଶନିବାର, ମକରରାଶିରେ ବିରାଜମାନ ଶନିଦେବ । ତାଙ୍କ ସହିତ ଦେବତାମାନଙ୍କ ଗୁରୁ ବୃହସ୍ପତ ମଧ୍ୟ ଉପସ୍ଥିତ ଅଛନ୍ତି । ଏହାସହିତ ଚତୁର୍ଥୀ ତିଥି ରହିଛି ।
ଆଶ୍ୱିନ ମାସର ପ୍ରଥମ ଶନିବାର ମିଥୁନ, ତୁଳା, ଧନୁ, ମକର ଏବଂ କୁମ୍ଭ ରାଶିର ବ୍ୟକ୍ତିଙ୍କୁ ବିଶେଷ ଧ୍ୟାନ ରଖିବା ଉଚିତ୍ । ଏହି ପାଞ୍ଚ ରାଶି ଉପରେ ଶନି ଦେବଙ୍କ ବିଶେଷ ଦୃଷ୍ଟି ରହିଛି । ମିଥୁନ ଏବଂ ତୁଳା ରାଶି ଉପରେ ଶନିଙ୍କ ଢାୟା । ଧନୁ, ମକର ଏବଂ କୁମ୍ଭ ରାଶି ଉପରେ ଶନିଙ୍କ ଶାଢେସାତୀ ଚାଲିଛି । ସେଥିପାଇଁ ଏହି ରାଶି ପାଇଁ ଶନିଦେବଙ୍କୁ ପ୍ରସନ୍ନ କରିବାର ଭଲ ସମୟ ଚାଲିଛି ।
ସେଥିପାଇଁ ଶନିବାର ସକାଳୁ ଉଠି ସ୍ନାନ ସାରି ଶନି ଦେବଙ୍କ ମନ୍ଦିରରେ ଶନିଦେବଙ୍କ ପୂଜା ଆରମ୍ଭ କରିନ୍ତୁ । ଶନି ମନ୍ତ୍ର ଏବଂ ଶନି ଚାଳିଶା ପାଠ କରନ୍ତୁ । ଏହାସହିତ ଏହିଦିନ କିଛି କଥା ପ୍ରତି ବିଶେଷ ଧ୍ୟାନ ରଖିବା ଉଚିତ୍ । ଯେପରିକି କ୍ରୋଧ ଏବଂ ଅଂହକାର ନକରିବା, ସମସ୍ତ ପ୍ରକାରର ଖରାପ କାମରୁ ଦୂରେଇ ରହିବା, ଗରିବା ଲୋକଙ୍କୁ ଦାନ କରିବା, ପଶୁ ଓ ପକ୍ଷୀଙ୍କ ସେବା କରିବା, ରୋଗୀ ସେବା କରିବା ଆଦି ।