ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିଠୁ ଆରମ୍ଭ ହୋଇଛି ମା ଆଦିଶକ୍ତିଙ୍କ ପବିତ୍ର ପର୍ବ ଶାରଦୀୟ ନବରାତ୍ରୀ । ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ ମାଙ୍କର ନବରାତ୍ରୀ ପୂଜା । ନବରାତ୍ରୀର ନଅ ଦିନ ଯାକ ମା ଦୁର୍ଗାଙ୍କ ଭିନ୍ନ ଭିନ୍ନ ସ୍ୱରୂପକୁ ପୂଜା କରାଯାଇଥାଏ । ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କୁ ପୂଜା କରିବାର ବିଧି ରହିଛି ।
ହିମାଳୟରାଜଙ୍କ ପୁତ୍ରୀ ହେଉଛନ୍ତି ମା ଶୈଳପୁତ୍ରୀ । ମାନ୍ୟତା ରହିଛି କି ମା ଶୈଳପୁତ୍ରୀଙ୍କ ପୂଜା କରିବା ଦ୍ୱାରା ବ୍ୟକ୍ତିଙ୍କୁ ସୁଖ-ସମୃଦ୍ଧି ପ୍ରାପ୍ତି ହୋଇଥାଏ । ଶାସ୍ତ୍ରଅନୁସାରେ ଚନ୍ଦ୍ରମାଙ୍କୁ ଦର୍ଶାନ୍ତି ମା ଶୈଳପୁତ୍ରୀ । କୁହାଯାଏ କି ତାଙ୍କ ଉପାସନା କରିବା ଦ୍ୱାରା ଚନ୍ଦ୍ରମାଙ୍କ ଖରାପ ପ୍ରଭାବ ନିଷ୍କ୍ରିୟ ହୋଇଯାଏ । ପୂଜା ସହିତ ମା ଶୈଳପୁତ୍ରୀଙ୍କ ମନ୍ତ୍ର ଜପିବା ଦ୍ୱାରା ସମସ୍ତ ସମସ୍ୟାରୁ ମୁକ୍ତି ମିଳେ ଏବଂ ଜୀବନରେ ଖୁସୀ ଆସିଥାଏ ।
ଶୈଳପୁତ୍ରୀଙ୍କ ପ୍ରଭାବଶାଳୀ ମନ୍ତ୍ର:
୧- ଓଁ ଦେବୀ ଶୈଳପୁତ୍ରୈ ନମଃ । ।
୨- ଯା ଦେବୀ ସର୍ବଭୁତେଷୁ ମାଁ ଶୈଳପୁତ୍ରୀ ରୂପେଣ ସଂସ୍ଥିତା ।
ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ । ।
ମାଙ୍କର ପ୍ରିୟ ହେଉଛି ଧଳା ଜିନିଷ । ସେଥିପାଇଁ ମାଙ୍କ ପୂଜାରେ ଧଳା ଭୋଗ ଲଗାନ୍ତୁ ।