(ଏଟିଆର ବ୍ୟୁରୋ): ଆଜି ନବରାତ୍ରୀର ଷଷ୍ଠୀ ପୂଜା । ଆଜିର ଦିନରେ ମା କାତ୍ୟାୟନୀଙ୍କୁ ପୂଜା କରାଯାଇଥାଏ। ନବରାତ୍ର ସମୟରେ କାତ୍ୟାୟନୀ ରୂପରେ ହିନ୍ଦୁ ଶକ୍ତି ଦେବୀ ପାର୍ବତୀଙ୍କ ଆରାଧନା କରାଯାଇଥାଏ । ଦୁର୍ଗାଙ୍କ ୯ଟି ସ୍ୱରୂପ ମଧ୍ୟରେ ମା କାତ୍ୟାୟନୀଙ୍କ ପୂଜା କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ।
ପଦ୍ମଫୁଲ, ଖଡ୍ଗ ଏବଂ ସ୍ୱର୍ଣ୍ଣ ଆଭୁଷଣରେ ଶୁସଜିତ ଚର୍ତୁଭୂଜା ଦେବୀ ସିଂହ ଉପରେ ବସି ବିରାଜମାନ କରିଥାନ୍ତି । ମା’ଙ୍କ ଏହି କାତ୍ୟାୟନୀ ବେଶକୁ ପୂଜାର୍ଚ୍ଚନା କଲେ ଧର୍ମ, ଅର୍ଥ ମୋକ୍ଷ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି ।
ମା’ଙ୍କୁ ପୂଜା କରିବାର ବିଧି: ଘରର ଉତ୍ତର କୋଣରେ ଏକ ହଳଦିଆ ରଙ୍ଗର କପଡା ବିଛାଇ ସେଥିରେ ନବଦୁର୍ଗା ଦେବୀ ସହିତ କାତ୍ୟାୟନୀଙ୍କ ଫଟୋ ରଖି ବିଧିବଧ ଭାବେ ପୂଜା କରନ୍ତୁ । ହଳଦୀ ମିଶ୍ରିତ ଘିଅ ଦୀପ ଜଳାନ୍ତୁ । ଏହାସହିତ ହଳଦିଆ ଚନ୍ଦନ, ହଳଦିଆ ଫୁଲ ଏବଂ ବେସନ ହାଲୱା ଚଢାନ୍ତୁ । ଭୋଗ କରି ସାରିବା ପରେ ସେହି ପ୍ରସାଦକୁ କୌଣସି କନ୍ୟାକୁ ବାଣ୍ଟି ଦିଅନ୍ତୁ ।