ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସୋମବାର ଦିନ ବିଧି ବିଧାନ ସହ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଭଗବାନ ଶିବଙ୍କୁ ପୂଜିବା ଦ୍ୱାରା ସମସ୍ତ ମନସ୍କାମନା ପୁରଣ ହୋଇଥାଏ । ଏହାସହିତ ଯଦି ଆପଣ ରାଶି ଅନୁସାରେ ମନ୍ତ୍ର ଜପିବେ ତେବେ ଶିବଙ୍କର ବିଶେଷ କୃପା ଲାଭ ହେବ । ତେବେ ଆସନ୍ତୁ ଜାଣିବା ରାଶି ଅନୁସାରେ ଶିବଙ୍କର ଖାସ୍ ମନ୍ତ୍ର ବିଷୟରେ…
ମେଷ: ଏହି ରାଶିର ବ୍ୟକ୍ତି ‘ହ୍ରିଂ ଓଁ ନମଃ ଶିବାୟ ହ୍ରିଂ’ ମନ୍ତ୍ର ଜପିବା ଉଚିତ୍ । ମହାଦେବଙ୍କୁ ପୂଜା କରିବା ପରେ ଏହି ମନ୍ତ୍ର ଜପନ୍ତୁ । ଏହାଦ୍ୱାରା ଭଗବାନଙ୍କ କୃପା ପ୍ରାପ୍ତ ହେବ ।
ବୃଷଭ: ଏହି ରାଶିର ବ୍ୟକ୍ତି ରୁଦ୍ରାଷ୍ଟକ ପାଠ କରିବା ଉଚିତ୍ । ନିୟମିତ ରୁଦ୍ରାଷ୍ଟକ ପାଠ କରିବା ଦ୍ୱାରା ଶିବଙ୍କର ଆର୍ଶିବାଦ ପ୍ରାପ୍ତ ହୋଇଥାଏ ।
ମିଥୁନ: ଭାଗବାନ ଶିବଙ୍କର ପଞ୍ଚାକ୍ଷର ମନ୍ତ୍ର ଏହି ରାଶିର ବ୍ୟକ୍ତି ଜପିବା ଉଚିତ୍ । ଓଁ ନମଃ ଶିବାୟ ମନ୍ତ୍ର ଜପିବା ଦ୍ୱାରା ସମସ୍ତ ମନସ୍କାମନା ପୁରଣ ହୋଇଥାଏ ।
କର୍କଟ: ଏହି ରାଶିର ବ୍ୟକ୍ତିଙ୍କୁ ‘ଓଁ ସୋମନାଥାୟ ନମଃ ମନ୍ତ୍ର ଜପିବା ଉଚିତ୍’ । ଏହାଦ୍ୱରା ମହାଦେବଙ୍କ କୃପା ଲାଭ ହୋଇଥାଏ ।
ସିଂହ: ଏହି ରାଶିର ବ୍ୟକ୍ତି ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପିବା ଉଚିତ୍ । ଏହାଦ୍ୱାରା ଜୀବନରେ ସଫଳତା ହାସଲ ହୋଇଥାଏ ।
କନ୍ୟା: ଏହି ରାଶିର ବ୍ୟକ୍ତିଙ୍କୁ ଓଁ ନମଃ ଶିବାୟ ମନ୍ତ୍ର ଜପିବା ଶୁଭ ହୋଇଥାଏ ।
ତୁଳା: ଏହି ରାଶିର ବ୍ୟକ୍ତିଙ୍କୁ ଶିବ ସହସ୍ନନାମାବଳୀ ପାଠ କରିବା ଉଚିତ ।
ବିଛା: ଏହି ରାଶିର ବ୍ୟକ୍ତି ‘ଓଁ ଶିବ-ପାର୍ବତୈଃ ନମଃ’ ମନ୍ତ୍ର ଜପିବା ଦ୍ୱାରା ବିଶେଷ ଲାଭ ପ୍ରାପ୍ତି ହୋଇଥାଏ ।
ଧନୁ: ଓଁ ନମଃ ଶିବାୟ ମନ୍ତ୍ରକୁ ଏହି ରାଶିର ବ୍ୟକ୍ତି ଜପିବା ଶୁଭ ହୋଇଥାଏ ।
ମକର: ସେହିପରି ମକର ରାଶିର ବ୍ୟକ୍ତି ବି ଓଁ ନମଃ ଶିବାୟ ମନ୍ତ୍ର ଜପିବା ଉଚିତ୍ ।
କୁମ୍ଭ: ଏହି ରାଶିର ବ୍ୟକ୍ତି ଶିବ ଷଡକ୍ଷର ସ୍ତ୍ରୋତ୍ରମ ପାଠ କରି ପାରିବେ ।
ମୀନ: ଏହି ରାଶିର ବ୍ୟକ୍ତି ‘ଓଁ ତତ୍ପୁରୁଶାୟ ବିଦମାହେ ଧିମାହି । ତତ୍ରୋ ରୁଦ୍ର ପ୍ରଚୋଦୟାତ’ ମନ୍ତ୍ର ପାଠ କରିବା ଉଚିତ୍ ।