ଭୁବନେଶ୍ୱର (ଏଟିଆର ବ୍ୟୁରୋ) : ସୋମବାର ଭଗବାନ ଶିବଶଙ୍କରକୁ ସମର୍ପିତ କରାଯାଇଛି । ଏହିଦିନ ବିଧି ବିଧାନର ସହ ମହାଦେବଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ସେହିପରି ସୋମବାର ଶିବଲିଙ୍ଗରେ ମହାଦେବଙ୍କ ପ୍ରିୟ ଜିନିଷ ଅର୍ପଣ କରିବା ଦ୍ୱାରା ସମସ୍ତ କଷ୍ଟ ଦୂର ହୋଇଥାଏ । ଜୀବନରେ ସୁଖ-ସମୃଦ୍ଧି ଏବଂ ସମସ୍ତ ପ୍ରକାରର ମନସ୍କାମନା ପୂରଣ ହୋଇଥାଏ ।
ମହାଦେବଙ୍କ ପ୍ରିୟ ହେଉଛି ବେଲପତ୍ର । ଶାସ୍ତ୍ରରେ ଶିବଲିଙ୍ଗରେ ବେଲପତ୍ର ଚଢାଇବାକୁ ନେଇ ଅନେକ ନିୟମ ଉଲ୍ଲେଖ କରାଯାଇଛି । ଯାହାକୁ ଶିବ ଭକ୍ତମାନେ ଜାଣିବା ଜରୁରୀ । ତେବେ ଆସନ୍ତୁ ଜାଣିବା..
ମହାଦେବଙ୍କୁ ବେଲପତ୍ର ଅର୍ପଣ କରିବା ପୂର୍ବରୁ ଧ୍ୟାନ ରଖିବା ଉଚିତ୍ କି ଯେପରି ବେଲପତ୍ର କୌଣସି ପ୍ରକାରରେ କଟା-ଫଟା ହୋଇନଥିବ । ତିନି ପତ୍ରିଆ ବେଲପତ୍ର ହିଁ ମହାଦେବଙ୍କୁ ଚଢାଇବା ଉଚିତ୍ । ଗୋଟେ ଲୋଟା ଜଳ ଏବଂ ବେଲପତ୍ର ମହାଦେବଙ୍କୁ ଅର୍ପଣ କରିବା ଦ୍ୱାରା ଖୁବ୍ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ସର୍ବଦା ଅନାମିକା ଓ ମଧ୍ୟମା ଅଙ୍ଗୁଳି ମାଧ୍ୟମରେ ବେଲପତ୍ର ଚଢାନ୍ତୁ ।