ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯୋଡା ଶ୍ରାବଣ ମାସର ଆଜି ପ୍ରଥମ ସୋମବାର । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ଶୈବପୀଠ । ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ଶିବ ପୂଜା ପାଇଁ ଉତ୍ତମ । ସେଥିପାଇଁ ସକାଳୁ ସକାଳୁ ଶୈବାଳୟରେ ଲାଗିଛି ଭକ୍ତଙ୍କ ଭିଡ । ଶ୍ରାବଣ ସୋମବାର ବ୍ରତ କରିବା ଦ୍ୱାରା ମହାଦେବଙ୍କ କୃପା ପ୍ରାପ୍ତ ହୋଇଥାଏ ।
ଶ୍ରାବଣ ସୋମବାରରେ ଭକ୍ତ ଶିବ ମନ୍ଦିର ଯାଇ ଶିବଙ୍କ ପୂଜା ଓ ଜଳାଭିଶେକ କରିବା ପରେ ଛିଡା ହୋଇ ଶିବଙ୍କ ଆରତୀ କରନ୍ତୁ । ଏହାସହିତ ଶିବଚାଳିଶା ପାଠ କରନ୍ତୁ । ଏହାଦ୍ୱାରା ବିଶେଷ ମନୋସ୍କାମନା ପୂରଣ ହୋଇଥାଏ ।