ପୁରୀ (ଏଟିଆର ବ୍ୟୁରୋ): ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ । ବାହାର ଚନ୍ଦନ ଯାତ୍ରାର ଶେଷ ଦିନ । ୨୧ ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳୁଥିବା ମହାପ୍ରଭୁଙ୍କର ଆଜି ଅନ୍ତିମ ଦିବସ । ବିଧି ମୁତାବକ, ଆଜି ରଥ ନିର୍ମାଣ କାର୍ଯ୍ୟର ଆଉ ଏକ କାର୍ଯ୍ୟ ଆରମ୍ଭ ହେବ ।
ସେପଟେ ଶ୍ରୀକ୍ଷେତ୍ର ଭଉଁରୀରେ ପ୍ରବଳ ଭକ୍ତଙ୍କ ଭିଡ ସମ୍ଭାବନା ଥିବା ହେତୁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି ।