ପୁରୀ (ଏଟିଆର ବ୍ୟୁରୋ): ଆସନ୍ତା ୧୭ ତାରିଖରେ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ । ଏନେଇ ଜୋରସୋରେ ଚାଲିଛି ପ୍ରସ୍ତୁତି । ଏହି ଐତିହାସିକ କାର୍ଯ୍ୟକ୍ରମରେ ସାମିଲ ହେବେ ରାଜ୍ୟବାସୀ । ପ୍ରତି ଗାଁର ଲୋକେ ଏଥିରେ ସାକ୍ଷୀ ରହିବେ ।ଏହାସହିତ ସେବାୟତଙ୍କ ଅନୁରୋଧ କ୍ରମେ ପ୍ରତ୍ୟେକ ଘରୁ ଗୁଆ ଚାଉଳ ସଂଗ୍ରହ କରାଯିବ । ଏହାକୁ ସଂଗ୍ରହ କରାଯାଇ ପ୍ରଶାସନ ପକ୍ଷରୁ ପୁରୀ ଅଣାଯିବ । ଏହି ଅଭିଯାନ ଆସନ୍ତା ୬ ତାରିଖରୁ ଆରମ୍ଭ ହୋଇ ୧୫ ତାରିଖ ଯାଏଁ ଚାଲିବ ।
ସେହିପରି ଉଦଘାଟନୀ ଉତ୍ସବ ଯେପରି ସମସ୍ତେ ଦେଖିପାରିବେ ସେନେଇ ପଞ୍ଚାୟତମାନଙ୍କରେ ଏଲଇଡ ସ୍କ୍ରିନ ଜରିଆରେ ସିଧା ପ୍ରସାରଣ କରାଯିବା ସହ ପର୍ଯ୍ୟକ୍ରମେ ଲୋକଙ୍କୁ ବ୍ଲକରୁ ପୁରୀ ଅଣାଯିବ । ସେଥିପାଇଁ ପ୍ରତି ପଞ୍ଚାୟତକୁ ୨ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଏହାସହିତ ବ୍ଲକରୁ ଲୋକଙ୍କୁ ପୁରୀ ନେବା ଆଣିବା ପାଇଁ ୩୦ ଜିଲ୍ଲାକୁ ୨୦ କୋଟି ପ୍ରଦାନ କରାଯାଇଛି ।