ପୁରୀ (ଏଟିଆର ବ୍ୟୁରୋ): ଶ୍ରୀମନ୍ଦିର ସିଂହଦ୍ୱାରର ନୂତନ ରୂପାଦ୍ୱାର ସ୍ଥାପନ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି । ପୂର୍ବ ନିଷ୍ପତି ମୁତାବକ, ଶ୍ରୀଜିଉ ନବଦିନାତ୍ମକ ଯାତ୍ରାରେ ବାହାରିବା ପରେ କାମ ଆରମ୍ଭ ହୋଇଛି ।
ନିଷ୍ପତି ଅନୁଯାୟୀ ପ୍ରଥମେ ପ୍ଲାଇରେ ନିର୍ମିତ ଅସ୍ଥାୟୀ ସିଂହଦ୍ୱାର ତିଆରି କରାଯାଉଛି । ଏହାପରେ ସିଂହଦ୍ୱାରର ପିତ୍ତଳ ଦ୍ୱାର ଖୋଲା ଯାଇ ରୂପା ନିର୍ମିତ ନୂତନ ଦ୍ୱାର ଲଗାଯିବ । ମୁମ୍ବାଇର ଜଣେ ଭକ୍ତ ଶ୍ରୀମନ୍ଦିର ସିଂହଦ୍ୱାରକୁ ରୂପା ଛାଉଣୀ କରିବା ଲାଗି ରୂପା ପ୍ରଦାନ କରିଛନ୍ତି ।