ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରତ୍ୟେକ ଘରମାନଙ୍କରେ ଏକ ସ୍ୱତନ୍ତ୍ର ପୂଜା ଘର ରହିଥାଏ । ଯେଉଁଟି ଲୋକମାନେ ନିୟମିତ ଭଗବାନଙ୍କୁ ଧ୍ୟାନ କରି ପୂଜାର୍ଚ୍ଚନା କରିଥାନ୍ତି । ଅନେକ ସମୟରେ ଦେଖିଥିବେ ଯେ ସକାଳ ଏବଂ ସଂନ୍ଧ୍ୟାରେ ଭଗବାନଙ୍କ ପୂଜା ପାଠ କରିବା ପରେ ମଧ୍ୟ ଘରେ ଅଶାନ୍ତି ଲାଗି ରହିଥାଏ । ପୂଜା ବେଳେ ନିୟମ ପାଳନ ନକରିବା ଏହାର କାରଣ ହୋଇପାରେ । ଯଦି ଆପଣ ପୂଜା କରିବା ବେଳେ ପ୍ରତ୍ୟେକ ଛୋଟ ଛୋଟ କଥା ଧ୍ୟାନ ରଖିବେ ତାହାଦ୍ୱାରା ଘର ସୁଖ ଶାନ୍ତିରେ ପରିପୂର୍ଣ୍ଣ ହୋଇ ରହିଥାଏ । ଏବଂ ସମସ୍ତ ମନସ୍କାମନା ପୂରଣ ହେବ ।
– ଯଦି ଆପଣ ସୂର୍ଯ୍ୟ ଅସ୍ତ ପରେ କିମ୍ବା ରାତିରେ ଭଗବାନଙ୍କୁ ପୂଜା କରୁଛନ୍ତି, ତେବେ ଶଙ୍ଖ ଏବଂ ଘଣ୍ଟି ବିଲକୁଲ ବଜାନ୍ତୁ ନାହିଁ । କାରଣ ସୂର୍ଯ୍ୟାସ୍ତ ପରେ ଦେବା-ଦେବୀ ନିଦ୍ରାବସ ହୋଇ ଯାଆନ୍ତି ।
– ସଂନ୍ଧ୍ୟା ହେବା ପରେ ଯଦି ପୂଜା କରୁଛନ୍ତି ତେବେ ଗଛରୁ ଫୁଲ କଦାପି ଛିଡାନ୍ତୁ ନାହିଁ ।
– ସୂର୍ଯ୍ୟ ଭଗବାନ ଦିବାଲୋକର ଦେବତା ଅଟନ୍ତି । ସେଥିପାଇଁ ଯଦି ଦିନରେ କୌଶସି ପୂଜା କରୁଛନ୍ତି ତେବେ ସୂର୍ଯ୍ୟ ଦେବତାଙ୍କର ମଧ୍ୟ ପୂଜା କରନ୍ତୁ ।
– ପୂଜା ସ୍ଥାନରେ ବଡ ମୂର୍ତ୍ତି ରଖିବା ନିଷେଧ, ଅତି ବେଶିରେ ଆପଣ ୬ ଇଞ୍ଚିର ମୂର୍ତ୍ତି ରଖିପାରିବେ ।
– ସଂନ୍ଧ୍ୟା ହେଲା ପରେ ଭୁଳରେ ବି ତୁଳସୀ ପତ୍ର ଛିଡାନ୍ତୁ ନାହିଁ । ଏହାଦ୍ୱାରା ମା’ଲକ୍ଷ୍ମୀ ରାଗି ଯାଇଥାନ୍ତି । ଯଦି ସଂନ୍ଧ୍ୟା ସମୟରେ ପୂଜା ରଖିଛନ୍ତି ତେବେ ଦିନରୁ ତୁଳସୀ ପତ୍ର ଆଣି ରଖନ୍ତୁ ।
– ସର୍ବଦା ଧ୍ୟାନ ରଖିଥିବେ ସମସ୍ତ ଦେବା-ଦେବୀଙ୍କୁ ଯେପରି ମଧ୍ୟମା ଅଙ୍ଗୁଳିରେ ତିଳକ ଲାଗାଇଥିବାର ।
– ପୂଜାରେ ପାନ ପତ୍ର ନିହାତି ରଖନ୍ତୁ, କାରଣ ଏହାଦ୍ୱାରା ଦେବତା ପ୍ରଶନ୍ନ ହୋଇଥାନ୍ତି ।
– ପୂଜା କରିବା ପରେ ଦୀପକୁ ଭଗବାନଙ୍କ ସମ୍ନାରେ ରଖିବା ଉଚିତ୍ ।
– ଘରର ପୂଜା ସ୍ଥାନରେ କଦାପି ଶୁଖିଲା ଫୁଲ ରଖନ୍ତୁ ନାହିଁ ।