ପୁରୀ (ଏଟିଆର ବ୍ୟୁରୋ): ଆଜି ମୂଳାଷ୍ଟମୀ ଅବସରରେ ଶ୍ରୀମନ୍ଦୀରରେ ସହସ୍ର କୁମ୍ଭାଭିଶେକ ନୀତି ଅନୁଷ୍ଠିତ ହେବ । ସେହିପରି ଶ୍ରୀମନ୍ଦିରରେ ମା ବିମଳାଙ୍କ ପୀଠରେ ଆଜିଠୁ ଆରମ୍ଭ ଷୋଡଶ ପୂଜା । ଏହି ଅବସରରେ ଶ୍ରୀମନ୍ଦିରରେ ପାଳିତ ହେବ ଦୁର୍ଗା ମାଧବ ଉପାସନା ।
ସେହିପରି ଆଜି ଶ୍ରୋତ୍ରୀୟ ବ୍ରାହ୍ମଣ ମାନଙ୍କୁ ଗଜପତିଙ୍କ ଶ୍ରୀନଅରରେ ବରଣ କରାଯିବ । ମା ବିମଳାଙ୍କ ପୀଠ ପାଇଁ ପୂଜକ, ପରିଛା, ମନ୍ତ୍ରଯାପକ, ସହସ୍ରନାମ, ଚଣ୍ଡୀପାଠକଙ୍କୁ ବରଣ କରାଯିବା ସହ ଶ୍ରୀମନ୍ଦିର ବେଢା ପରିସରରେ ମା ବାଟମଙ୍ଗଳା, ମା ଉତ୍ତରାୟଣୀ, ମା ଭୁବନେଶ୍ୱରୀ ପୀଠ ପାଇଁ ପୂଜକ ଓ ଚଣ୍ଡୀପାଠକ ବରଣ ହେବେ ।
ଷୋଳ ଦିନଧରି ଚାଲିବ ମାଙ୍କର ବିଶେଷ ପୂଜାର୍ଚ୍ଚନା । ୧୬ ଟି ସ୍ୱତନ୍ତ୍ର ବେଶରେ ଦର୍ଶନ ଦେବେ ମା ।