ପୁରୀ (ଏଟିଆର ବ୍ୟୁରୋ): ଆରମ୍ଭ ହୋଇଯାଇଛି ପାର୍ବଣଋତୁ । ଚାଲିଛି ଦେବୀ ମା’ଙ୍କର ଷୋଡଶଦିନାତ୍ମକ ପୂଜା । କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ପୀଠରେ ମଧ୍ୟ ମାଙ୍କର ଷୋଡଶ ଉପଚାର ଚାଲିଛି । ଆଜି ଅଷ୍ଟଭୂଜା ଓ ଆଦିଶକ୍ତି ଭାବେ ପୂଜା ପାଉଛନ୍ତି ମା ମଙ୍ଗଳା ।
ଷୋଳ ପୂଜାରେ ମା ମଙ୍ଗଳାଙ୍କ ପୀଠରେ ବିଭିନ୍ନ ରୀତିନୀତି ମାନ କରାଯାଇଥାଏ । ଷୋଳଦିନ ଯାକ ମା’ ବିଭିନ୍ନ ବେଶରେ ପୂଜା ପାଇବା ସହ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଯାହା ଖୁବ ଶୋଭନୀୟ ହୋଇଥାଏ ।
ଷୋଳ ପୂଜା ଅବସରରେ ରାତ୍ର ୪ଟାରୁ ମାଙ୍କର ପହଡ ଖୋଲାଯାଇ ମାଙ୍କୁ ସ୍ନାନ କରାଯାଇ ବସ୍ତ୍ର ପିନ୍ଧାଯାଏ । ଏହାପରେ ଆରମ୍ଭ ହୋଇଯାଏ ରୀତିନୀତି ।